32.1 C
Bhubaneswar
Saturday, May 4, 2024
Homeଓଡିଶାସରକାରୀ କଟକଣା ଯେପରି ମୂଲ୍ୟହୀନ

ସରକାରୀ କଟକଣା ଯେପରି ମୂଲ୍ୟହୀନ

ଢେଙ୍କାନାଳ  : ଗାଁ ଠାରୁ ସହର, ଯୁଆଡେ ଦେଖିବ ପଲିଥିନିର ବହୁଳ ବ୍ୟବହାର ହେବାରେ ଲାଗିଛି । ବ୍ୟବସାୟୀ ମାନଙ୍କଠାରୁ ଆରମ୍ଭ କରି ସାଧାରଣ ଜନାତା ଏହାକୁ ଏକ ଜରୁରୀ ସାମଗ୍ରୀ ବୋଲି ଧରି ନେଲେଣି । ତେବେ ସାଧାରଣ ଭାବେ ବ୍ୟବହାର ହେଉଥିବା ପଲିଥିନ ଏବେ ବଡ ସମସ୍ୟା ଭାବେ ଠିଆ ହେଲାଣି । ଏ ଦିଗରେ ଲୋକମାନେ ସଚେତନ ହେଉ ନଥିବା ବେଳେ ପଲିଥିନି ନିଷେଧ ପାଇଁ ଥିବା କଟକଣା କେବଳ ସରକାରୀ ନିର୍ଦେଶନାମା ମଧ୍ୟରେ ସୀମିତ ହୋଇ ରହିଯାଇଛି ।

ସରକାରୀ କଟକଣା ଯେପରି ମୂଲ୍ୟହୀନ ହୋଇପଡିଛି ଯ।।ହା ଫଳରେ ଏହାର ବହୁଳ ବ୍ୟବହାର ହେବାରେ ଲାଗିଛି । ପଲିଥିନ୍ ବ୍ୟବହାରକୁ ଯଦି ରୋକା ନଯାଏ, ତେବେ ଜିଲ୍ଲା ତଥା ରାଜ୍ୟରେ ବଡ ପରିବେଶ ସମସ୍ୟା ଭୋଗିବାକୁ ପଡିବ ଏଥିରେ ସନ୍ଦେହ ନାହିଁ । ୨୦୧୮ ମସିହା ଅକ୍ଟୋବର ୨ ତାରିଖ ଠାରୁ ରାଜ୍ୟରେ ପ୍ରାଥମିକ ଭାବେ ୫ଟି ପ୍ରମୁଖ ସହରରେ ପଲିଥିନି ବ୍ୟବହାରକୁ ବାରଣ କରାଯାଇଥିଲା । ପରେ ୨୦୧୯ ମସିହାରେ ରାଜ୍ୟର ସମସ୍ତ ୧୧୪ ସହରରେ ୫୦ ମାଇକ୍ରନରୁ କମ୍ ମୋଟା ପଲିଥିନ ସହିତ, ଥର୍ମାକୁଲ, ଗ୍ଲାସ, ଚାମଚ, କପ୍‌, ପ୍ଲେଟ୍‌, ପାଣି ପାଉଚ ଆଦି ସାମଗ୍ରି ଉପରେ କଟକଣା ଜାରି କରାଯାଇଥିଲା । ଫଳରେ କୈାଣସି ବ୍ୟକ୍ତି ସର୍ବସାଧାରଣଙ୍କ ସ୍ଥାନରେ ପଲିଥିନି ବ୍ୟବହାର କରିପାରିବେ ନାହିଁ କିମ୍ବା ବ୍ୟବହାର କଲେ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ରହିଛି ।

ଜିଲ୍ଲାରେ ଅବସ୍ଥାପିତ ହୋଇଥିବା ବିଭିନ୍ନ ହୋଟେଲ, ପୁଜାସ୍ଥଳ, ରେଷ୍ଟୁରାଂଟ, କାଫେ, ଅଫିସ, କାଟେରିଂ ଆଦି ସ୍ଥାନ ଗୁଡିକରେ ପଲିଥିନି ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଜିଲ୍ଲା ପ୍ରଶାସନ ଓ ପୈାର ନିର୍ବାହୀ ଅଧିକାରୀ ସହର ତଥା ଗ୍ରାମଚଂଳରେ ପଲିଥିନ୍ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି । ଏହି କଟକଣାକୁ ଉଲଂଘନ କରୁଥିବା ବ୍ୟବସାୟୀ ତଥା ଜନସାଧରଣଙ୍କ ପରିବେଶ ସୁରକ୍ଷା ଆଇନ୍ ୧୯୮୬ ଅନୁଯାୟୀ ଦଣ୍ଡିତ କରାଯାଇପାରିବ । ମାତ୍ର ପ୍ରଶାସନର କୋହଳ ମନୋଭାବ ଯୋଗୁଁ ଜିଲ୍ଲାରେ ଦିନକୁ ଦିନ ଏହାର ବହୁଳ ବ୍ୟବହାର ହେବାରେ ଲାଗିଛି । ପଲିଥିନ କଟକଣାକୁ କଡାକରିବା ସହ ଉତ୍ପାଦନ ବନ୍ଦ କରିବା ଓ କଡା ରକମର ଜରିମନା ଆଦାୟ କରାଗଲେ ପରିବେଶ ସୁରକ୍ଷା କରାଯାଇ ପାରିବ । ତେବେ ପରିବେଶ ସୁରକ୍ଷାକୁ ଆଖି ଆଗରେ ରଖି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

 

ବିଭାବନାର ସାରସ୍ୱତ ସମାରୋହ

ଢେଙ୍କାନାଳ : ସ୍ଥାନୀୟ ଅଦୈତ ଭବନଠାରେ ସାହିତ୍ୟ ପତ୍ରିକା ବିଭାବନା ସାରସ୍ୱତ ସମାରୋହ ସଂପାଦକ ଶ୍ରୀଯୁକ୍ତ ମନୋରଞ୍ଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ ସାହିତ୍ୱିକ ତଥା ସମାଜସେବୀ ଶ୍ରୀମତୀ ନିରୁପମା ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ଦିର୍ଘ ଦିନ ଧରି ସାହିତ୍ୟ ପତ୍ରିକା ବିଭାବନା ନିୟମିତ ପ୍ରକାଶ ପାଇବା ଗର୍ବ ଓ ଗୈାରବର ବିଷୟ ବୋଲି ପ୍ରକାଶ କରିଥିଲେ । ସଂଯୋଜିକା ଶ୍ରୀମତୀ ସଞ୍ଜୁକ୍ତା ମିଶ୍ର ଯୋଗ ଦେଇ ସାହିତ୍ୱିକ ମାନେ ବିଭାବନା ଜରିଆରେ ହୃଦୟସ୍ପର୍ଶିୀ ଲେଖା ବାହାର କରିବା ଆବଶ୍ୟକ ବୋଲି ମତ ଦେଇଥିଲେ । ସଂଯୋଜକ ଶ୍ରୀ ନନ୍ଦ କହିଥିଲେ ଯେ, ପ୍ରତିଭାବାନ ଲେଖକଙ୍କ ସାରସ୍ୱତ ସୃଷ୍ଟିର ବିକାଶ ପାଇଁ ବିଭାବନା ସଦାଦର୍ବଦା ସଂକଳ୍ପବଦ୍ଧ । ବିଭାବନାର ମୁଖ୍ୟ ସଂଯୋଜିକା ଭାବେ ନିରୁପମା ଦାସ, ଅନ୍ୟତମ ଉପଦେଷ୍ଟା ଭାବେ ଡ. ସୁଚେତା ରାଉତଙ୍କ ଓ ପୁଣ୍ଣ୍ୟ ପ୍ରଦିପ ମିଶ୍ରଙ୍କୁ ମନୋନୀତ କରିଥିଲେ । ପ୍ରାରମ୍ଭରରେ ମମତା ମିଶ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସସ୍ମିତା ଦାସଙ୍କ ସଂଯୋଜନାରେ ରବୀନ୍ଦ୍ର ନାଥ ସାହୁ, ବିଦ୍ୟାଧର ବାରିକ, ସୁଶୀଲ କୁମାର ନନ୍ଦ, ଦୁର୍ଗା ଚରଣ ରାଉତ. ଡ. ମିଲନ ମିଶ୍ର , ମନୋଜା ମଞ୍ଜରି ଦାସ ପ୍ରମୁଖ କବିତା ପାଠ କରିଥିଲେ । ସମାରୋହରେ ଇଁ. ମାନସ କୁମାର ନନ୍ଦ ସ୍ୱାଗତ ଭାଷଣ ଦେବା ବେଳେ ପରେଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking