29.1 C
Bhubaneswar
Saturday, July 27, 2024
Homeଅପରାଧ୩ବ୍ୟାଙ୍କ ଅଧିକାରୀ ଗିରଫ

୩ବ୍ୟାଙ୍କ ଅଧିକାରୀ ଗିରଫ

ସମ୍ବଲପୁର: ଜାଲ ଦସ୍ତଖତରେ ଟଙ୍କା ଉଠାଇ ୩ବ୍ୟାଙ୍କ ଅଧିକାରୀ ଗିରଫ । ଏଭଳି ଘଟଣା ସମ୍ବଲପୁରରେ ଦେଖିବାକୁ ମିଳିଛି । ସମ୍ବଲପୁର ବୋମାଲଇ ଆଇସିଆଇସିଆଇ ବ୍ୟାଙ୍କ ଶାଖାର ୩ ଅଧିକାରୀ ଗିରଫ । ଜାଲ ଦସ୍ତଖତରେ ଟଙ୍କା ଉଠାଇ ମ୍ୟାନେଜର ଅନିର୍ବାଣ ଦେ, କ୍ୟାସିଅର ସୁଧୀର ମେହେର, ପୂର୍ବତନ କ୍ୟାସିଅର ପ୍ରବୀଣ ଭାରତୀଙ୍କୁ ଗିରଫ କରାଯାଇଛି । ରେଙ୍ଗାଲି ବିଡିଓଙ୍କ ଦସ୍ତଖତ ଜାଲ କରି ଟଙ୍କା ଉଠାଇ ନେଇଥିଲେ । ସେଲ୍ଫଚେକରେ ୧୨ଲକ୍ଷ ୪୭ହଜାର ୫୨୦ ଟଙ୍କା ଉଠାଇଥିଲେ । ଏବଂ ଓଲଡ ଏଜ ପେନସନ ଆକାଉଣ୍ଟରୁ ଟଙ୍କା ହଡପ ହୋଇଥିଲା । ଏନେଇ ଗତ ୨୪ତାରିଖରେ ଠେଲିକୁଲି ଥାନାରେ ଅଭିଯୋଗ କରିଥିଲେ ବିଡିଓ । ପୋଲିସ ବିଡିଓଙ୍କ ଅଭିଯୋଗକୁ କେନ୍ଦ୍ର କରି ୩ଜଣ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିଥିବା ଜଣାପଡିଛି ।
https://onakhabar.com/2019/12/28/bank-loot/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking