29.1 C
Bhubaneswar
Saturday, July 27, 2024
Homeଓଡିଶାନବରଙ୍ଗପୁର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଜେଡି ନେତା ସଂଜୟଙ୍କୁ ଘେରିଲା ବିଜେପି

ନବରଙ୍ଗପୁର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଜେଡି ନେତା ସଂଜୟଙ୍କୁ ଘେରିଲା ବିଜେପି

 ନାବାଳିକାଙ୍କ ପୋଷ୍ଟମଟମ ରିପୋର୍ଟକୁ ସାର୍ବଜନୀନନ କରାଯାଉ
 ରାଜ୍ୟରେ ବଳାତ୍କାରୀ ଏବଂ ହତ୍ୟାକାରୀ ମାନଙ୍କୁ ଘଂଟ ଘୋଡାଉଛି ବିଜେଡି
 ଶାସକ ଦଳର କର୍ମୀ ହୋଇଥିବାରୁ ବଳାତ୍କାରୀଙ୍କୁ ଗିରଫ କରୁନାହିଁ ପୋଲିସ
 ବିଜେଡି ନେତା କଣ ଏବେ ରାଜନୀତି ଛାଡି ପୋଲିସର କାର୍ଯ୍ୟ କରିବା ଆରମ୍ଭ କଲେଣି କି ?
 ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ

ଭୁବନେଶ୍ୱର : ଗତ ୧୪ ତାରିଖରେ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ଠାରେ ଏକ ନାବାଳିକାକୁ
ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି । ଅନ୍ୟପଟେ ବଳାତ୍କାରୀମାନେ ଶାସକ ଦଳର କର୍ମୀ ହୋଇଥିବାରୁ ପୋଲିସ ସେମାନଙ୍କୁ ଜାଣିସୁଣି
ଗିରଫ କରୁନାହିଁ । ଖୋଦ୍ ପୋଲିସ ଘଟଣାର ତଦନ୍ତକୁ ବାଟବଣା କରୁଛି । ସେହିପରି ଗତକାଲି ବିଜେଡି ସାଧାରଣ ସଂପାଦକ ସଂଜୟ
ଦାସବର୍ମା ଏହି ଘଟଣାକୁ ମିଥ୍ୟା ବୋଲି କହିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ
ଭୃଗୁ ବକ୍ସିପାତ୍ର କହିଛନ୍ତି ।
ନବରଙ୍ଗପୁର ପୁଲିସ ଘଟଣା ସମ୍ପର୍କରେ କୌଣସି ବିବୃତି ଦେଇନଥିବା ସମୟରେ ଦାସବର୍ମା କେମିତି ଜାଣିଲେ ଯେ,
କୋଷାଗୁମୁଡ଼ାରେ ନାବାଳିକାଙ୍କୁ ବଳାତ୍କାର କିମ୍ବା ହତ୍ୟା କରାଯାଇ ନାହିଁ? ବିଜେଡି ନେତା କଣ ଏବେ ରାଜନୀତି ଛାଡି ପୋଲିସର
କାର୍ଯ୍ୟ କରିବା ଆରମ୍ଭ କଲେଣି କି ? ଏ ଘଟଣା ମିଥ୍ୟା ବୋଲି ସଂଜୟ ଦାସବର୍ମାଙ୍କୁ କେଉଁ ତଦନ୍ତକାରୀ ସଂସ୍ଥା ସୂଚନା ଦେଇଛି?
ଏମିତି ମନ୍ତବ୍ୟ ରଖି ଦାସବର୍ମା କ’ଣ ରାଜ୍ୟର ନାରୀମାନଙ୍କୁ ସମ୍ମାନିତ କରୁଛନ୍ତି କି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି ।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ପିଇଓ ସ୍ମିତାରାଣୀଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା । ଏହି
ହତ୍ୟାକାଣ୍ଡରେ ବିଜେଡି ନେତାଙ୍କ ସଂପୃକ୍ତି ଥିବାରୁ ଅଭିଯୁକ୍ତମାନଙ୍କୁ ବଂଚାଇବାକୁ ଯାଇ ଯାଜପୁର ଏସ.ପି ମୃତା ସ୍ମିତାରାଣୀର ଚରିତ୍ର
ହନନ କରିଥିଲେ । ଠିକ୍ ସମାନ ଢଙ୍ଗରେ ନବରଙ୍ଗପୁର ପୋଲିସ ଏବଂ ଦଳୀୟ କର୍ମୀମାନଙ୍କୁ ସୁରକ୍ଷା ଦେବାକୁ ଯାଇ ସଂଜୟ
ଦାସବର୍ମା ଘଟଣାକୁ ମିଥ୍ୟା ବୋଲି କହି ଘଟଣାକୁ ଚପେଇ ଦେବାକୁ ବସିଛନ୍ତି । ପୋଲିସ ପ୍ରଶାସନ ଏବଂ ବିଜେଡି ନିଜ ନିଜକୁ
ବଂଚାଇବା ଯାଇ ବିଭିନ୍ନ ଘଟଣାରେ ଭାଗ ବଂଟା କରି ହତ୍ୟାକାରୀ ଏବଂ ବଳତ୍କାରୀମାନଙ୍କୁ ଘଂଟ ଘୋଡାଇ ଚାଲିଛନ୍ତି ବୋଲି ଶ୍ରୀ
ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।
କୋଷାଗୁମୁଡ଼ା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନବରଙ୍ଗପୁର ପୋଲିସ ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ
କରିବା ସହ ନାବାଳିକାଙ୍କ ପୋଷ୍ଟମଟମ ରିପୋର୍ଟକୁ ସାର୍ବଜନୀନନ କରିବା ପାଇଁ ଶ୍ରୀ ବକ୍ସିପାତ୍ର ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking