33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆପଲ୍‌କୁ ପଛରେ ପକାଇଲା ଆରାମ୍‌କୋ

ଆପଲ୍‌କୁ ପଛରେ ପକାଇଲା ଆରାମ୍‌କୋ

ନୂଆଦିଲ୍ଲୀ : ସାଉଦି ଆରବର ତୈଳ କମ୍ପାନୀ ଆରାମ୍‌କୋ ବିଶ୍ୱର ଏକ ନମ୍ବର ବା ଧନଶାଳୀ କମ୍ପାନୀର ମାନ୍ୟତା ହାସଲ କରିଛି । ବୁଧବାର କମ୍ପାନୀ ଆପଲ୍‌କୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛି । ବିଗତ ତିନି ମାସର ପ୍ରଦର୍ଶନକୁ ଧ୍ୟାନରେ ରଖିଲେ ଆରମ୍‌କୋର ମୂଲ୍ୟାୟନ ୨.୪୨ ଟ୍ରିଲିୟନ୍ ଡଲାର ରହିଛି । ଅନ୍ୟ ପକ୍ଷରେ ସମାନ କ୍ୱାର୍ଟରରେ ଆପଲ୍‌ର ମୂଲ୍ୟ ହ୍ରାସ ପାଇ ୨.୩୭ ଟ୍ରିଲିୟନ୍ ଡଲାରରେ ପହଞ୍ଚିଛି । ଆପଲ୍‌ର ଲାଭରେ ବିଶେଷ କିଛି ହ୍ରାସ ଘଟି ନଥିଲେ ହେଁ ଚୀନ୍‌ରେ କୋଭିଡ୍ ଲକ୍‌ଡାଉନ୍ କାରଣରୁ ଏହାର ବ୍ୟବସାୟ ପ୍ରଭାବିତ ହୋଇଥିଲା । ଜୁନ୍ ତ୍ରୈମାସିକରେ ଆପଲ୍ ସପ୍ଲାଇ ଚେନ୍‌ରେ ୪ରୁ୮ ବିଲିୟନ୍ ଡଲାର ହ୍ରାସ ଘଟିଥିଲା । ଅନ୍ୟ ପକ୍ଷରେ ସମାନ ସମୟରେ ଆରାମକୋର ନେଟ୍ ପ୍ରଫିିଟ୍ ୧୨୪% ବୃଦ୍ଧି ପାଇଥିଲା । ୨୦୨୦ରେ ଆରାମକୋର ନେଟ୍ ପ୍ରଫିଟ୍ ୪୯ ବିଲିୟନ୍ ଡଲାର ରହିଥିବା ବେଳେ ୨୦୨୧ରେ ଏହା ୧୨୪%ର ଅଭିବୃଦ୍ଧି ସହିତ ୧୧୦ ବିଲିୟନ୍ ଡଲାରରେ ପହଞ୍ଚିଛି । ତୈଳଦର ବୃଦ୍ଧି କାରଣରୁ ୨୦୨୦ ମସିହାଠୁ ଅଧିକ ବ୍ୟବସାୟ ହୋଇଥିବା ନେଇ ପ୍ରକାଶ କରିଛନ୍ତି ସିଇଓ ଅମିନ୍ ନାସେର୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking