27.8 C
Bhubaneswar
Friday, April 19, 2024
Homeଓଡିଶାସାମାନ୍ୟ ବଚସା ପାଇଁ ଘର ଛାଡ଼ିଲେ ଜେଜେ : ଜେଜେଙ୍କୁ ନ ପାଇ ଖୋଜି ଚାଲିଛି...

ସାମାନ୍ୟ ବଚସା ପାଇଁ ଘର ଛାଡ଼ିଲେ ଜେଜେ : ଜେଜେଙ୍କୁ ନ ପାଇ ଖୋଜି ଚାଲିଛି ନାତୁଣୀ

ନୀଳଗିରି : ପରିବାର ଥିଲେ କଳହ ଅଛି । କଳହ ଯୋଗୁଁ ପରିବାରର ସ୍ନେହ ମମତାକୁ ଭୁଲି ଘର ଛାଡ଼ି ପଳାଇଯିବା ଘଟଣା ଆଜିର ସମାଜର ଦୈନନ୍ଦିନର ଘଟଣା ପାଲଟିଛି । ତେବେ ଜନୈକ ଜେଜେ ପରିବାରର ସାମାନ୍ୟ ବଚସାକୁ କେନ୍ଦ୍ରକରି ଘର ଛାଡ଼ି ପଳାଇ ଯାଇଥିବା ବେଳେ ନିଜର ଜେଜେକୁ ଖୋଜିଚାଲିଛି କଲେଜ ପଢ଼ୁଆ ନାତୁଣୀ । ଓଡ଼ିଶାର କୋଣ ଅନୁକୋଣରେ ଜେଜେକୁ ଖୋଜି ଖୋଜି ନ ପାଇ ଗୁରୁବାର ନାତୁଣୀ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ନିଜ ଜେଜେଙ୍କ ଫଟୋ ମୋବାଇଲରେ ଦେଖାଇ ଜେଜେକୁ କେହି ଦେଖିଛନ୍ତି କି ବୋଲି ନେହୁରା ହୋଇ ଦୋକାନୀ ଓ ଅଞ୍ଚଳବାସୀଙ୍କୁ ପଚାରି ବୁଝୁଥିବା ଦେଖିବାକୁ ମିଳିଛି ।

ଏପରି ଏକ ସମ୍ବେଦନଶୀଳ ଘଟଣା ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅଧିନସ୍ଥ ସୁଗୋର ଧାନସିମୁଳିଆ ଗାଁର ସ୍ୱର୍ଗତ ଗୌରାଙ୍ଗ ଚାନ୍ଦର କଲେଜ ପଢ଼ୁଆ ଝିଅ ଦେବସ୍ମିତା(୨୨)ଙ୍କ ଠାରେ ଦେଖିବାକୁ ମିଳିଛି । ବାପା, କକାଙ୍କ ମୃତ୍ୟୁ ପରେ ନିରାଶ୍ରୟା ଦେବସ୍ମିତା ବାରିପଦାର ମହିଳା ସୁରକ୍ଷା ମଞ୍ଚର ରାଜ୍ୟ ସଭାନେତ୍ରୀ ନିରୁପମା ସାହୁଙ୍କ ସହଯୋଗରେ ବାରିପଦାରେ ଏକ କଲେଜରେ ଯୁକ୍ତତିନିରେ ପାଠ ପଢ଼ୁଥିବା ବେଳେ ଗତ ଏପ୍ରିଲ ୧ ତାରିଖରେ ତାଙ୍କ ଜେଜେ ରାମକୃଷ୍ଣ ଚାନ୍ଦ ପରିବାରରେ ସାମାନ୍ୟ କଳହକୁ କେନ୍ଦ୍ରକରି ଘରୁ ଛାଡ଼ି କେଉଁଆଡ଼େ ପଳାଇଯାଇଛନ୍ତି ।

ଘଟଣା ନାତୁଣୀ ଦେବସ୍ମିତା ଜାଣିବା ପରେ ସେବେଠାରୁ ମହିଳା ସୁରକ୍ଷା ମଞ୍ଚର ସଭାନେତ୍ରୀଙ୍କୁ ଧରି କଟକ, ଭୁବନେଶ୍ୱର, ପୁରୀ, କଲିକତା ଆଦି ସ୍ଥାନରେ ଖୋଜିଖୋଜି ଜେଜେଙ୍କୁ ପାଇ ନଥିଲେ । ବୁଧବାର ନୀଳଗିରିସ୍ଥିତ ପଞ୍ଚଲିଙ୍ଗେଶ୍ୱରଠାରେ କାଳେ ଜେଜେ ଥାଇପାରନ୍ତି ବୋଲି ଭାବି ଏଠାରେ ପହଞ୍ଚିଥି ଶେଷରେ ନିରାଶ ହୋଇ ଫେରିଥିଲେ । କେହି ସହୃଦୟ ବ୍ୟକ୍ତି ଜେଜେଙ୍କର ସନ୍ଧାନ ପାଇଲେ ତାଙ୍କୁ ଜଣାଇବାକୁ ସେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking