27.1 C
Bhubaneswar
Friday, August 12, 2022
Homeଓଡିଶାଅପରାଜିତାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍‌

ଅପରାଜିତାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍‌

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫେସବୁକ୍ ଆକାଉଣ୍ଟ୍‌କୁ କେହି ଦୁର୍ବୃତ୍ତ ହ୍ୟାକ୍ କରିଥିବା ଅଭିଯୋଗ ହୋଇଛି । ଏନେଇ ସାଂସଦଙ୍କ ପକ୍ଷରୁ କଟକ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଏତଲା ଦିଆଯାଇଛି । ଗତ ୧୮ତାରିଖ ଦିନ କେହି ଦୁର୍ବୃତ୍ତ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍ ମଧ୍ୟ ହ୍ୟାକ୍ କରିଥିଲା । ପ୍ରୋଫାଇଲ୍‌ରେ ‘ପଲିଟିସିଆନ୍‌’କୁ ବଦଳାଇ ‘କଳାକାର’ ଲେଖି ଦେଇଥିଲା । ଏବେ ସାଂସଦଙ୍କ ଫେସବୁକ୍ ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି । ଗତ ଦୁଇଦିନ ଧରି ସେ ନିଜର ଫେସବୁକ୍ ପୃଷ୍ଠାର ନିୟନ୍ତ୍ରଣ ହରାଇଛନ୍ତି । ଏନେଇ ସେ ଫେସବୁକ୍‌ର ଏମଡିଙ୍କୁ ମଧ୍ୟ ଚିଠିଲେଖି ଅବଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking