38.1 C
Bhubaneswar
Tuesday, April 23, 2024
Homeଓଡିଶାଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆନ୍ତଃରାଜ୍ୟ ପରିଷଦ(ଆଇଏସ୍‌ସି)ର ଷ୍ଟାଣ୍ଡିଂ କମିଟିରେ ଆଜି ନୂତନ ସଦସ୍ୟଙ୍କୁ କେନ୍ଦ୍ର ସରକାର ସାମିଲ୍ କରିଛନ୍ତି । ଏହି କମିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷ ରହିଥିବା ବେଳେ ଅନ୍ୟ ୪ କେନ୍ଦ୍ରମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ୮ ମୁଖ୍ୟମନ୍ତ୍ରୀଙ୍କୁ ସଦସ୍ୟ ରଖାଯାଇଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ସଦସ୍ୟ ଭାବେ ସାମିଲ୍ ହୋଇଛନ୍ତି ।

ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନକ୍ରମେ ନୂଆ ସଦସ୍ୟଙ୍କୁ ଷ୍ଟାଣ୍ଡିଂ କମିଟିରେ ସାମିଲ୍ କରାଯାଇଛି । କମିଟିର ସଦସ୍ୟ ନିଯୁକ୍ତ ହୋଇଥିବା ୪ କେନ୍ଦ୍ରମନ୍ତ୍ରୀ ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରୀ ବିରେନ୍ଦ୍ର କୁମାର, ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ । ସେହିଭଳି ୮ ମୁଖ୍ୟମନ୍ତ୍ରୀ ହେଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡି, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଏହି ଷ୍ଟାଣ୍ଡିଂ କମିଟି ଆନ୍ତଃରାଜ୍ୟ ପରିଷଦରେ କୌଣସି ବିଷୟ ବିଚାରକୁ ନିଆଯିବା ପୂର୍ବରୁ ଏହା କେନ୍ଦ୍ର-ରାଜ୍ୟ ସମ୍ପର୍କ ସମ୍ବନ୍ଧୀୟ ସମସ୍ତ ବିଷୟର ପ୍ରକ୍ରିୟାକରଣ କରେ । ଆନ୍ତଃରାଜ୍ୟ ସମ୍ପର୍କ ଦୃଢ଼ିଭୂତ କରିବାରେ କମିଟିର ସୁପାରିଶ ଉପରେ ପରିଷଦରେ ନିଷ୍ପତ୍ତି ନିଆଯାଏ । ଏଗୁଡ଼ିକର କାର୍ଯ୍ୟକାରିତା ଉପରେ ମଧ୍ୟ କମିଟି ତଦାରଖ କରେ । ପ୍ରୟୋଜନ ହେଲେ, ଷ୍ଟାଣ୍ଡିଂ କମିଟି, ସଂପୃକ୍ତ ବିଷୟ ଉପରେ ବିଚାରବିମର୍ଶ କରିବାବେଳେ ନିର୍ଦ୍ଦିଷ୍ଟ କ୍ଷେତ୍ରର ବିଶିଷ୍ଟ ବିଶେଷଜ୍ଞ ଏବଂ ବ୍ୟକ୍ତିବିଶେଷଙ୍କର ପରାମର୍ଶ ମଧ୍ୟ ନେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking