29.1 C
Bhubaneswar
Wednesday, May 1, 2024
Homeଓଡିଶାଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ନିଜ ପଞ୍ଚାୟତକୁ ଘୋଷଣା କଲେ ସଟ୍ ଡାଉନ୍

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ନିଜ ପଞ୍ଚାୟତକୁ ଘୋଷଣା କଲେ ସଟ୍ ଡାଉନ୍

ଅନୁଗୁଳ : ଏବେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ଅନେକ୍ ପଦକ୍ଷପ ଗ୍ରହଣ କରୁଛନ୍ତି । ଧିରେ ଧିରେ ଏହି ମହାମାରୀ ସାରା ରାଜ୍ୟକୁ କବଳିତ କରିବାକୁ ବସିଲାଣି । ଯାହାଫଳରେ ସରକାର ସବୁ ଗାଁର ସରପଞ୍ଚମାନଙ୍କୁ ଏକ ସ୍ବତନ୍ତ୍ର କ୍ଷମତା ଦେଇଛନ୍ତି । ଯାହା ହେଉଛି ଜିଲ୍ଲାପାଳଙ୍କ କ୍ଷମତା । ଫଳରେ ସେମାନେ ନିଜ ପଞ୍ଚାୟତର ସମ୍ପୂର୍ଣ୍ଣ ତଦାରଖ ସଠିକ୍ ଭାବେ କରିପାରିବେ। ଏହି ପରିପେକ୍ଷୀରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି ନୁନୁକାପଶି ଓ ବଡକେରାର ସରପଞ୍ଚ । ବଇଣ୍ଡା ଅଞ୍ଚଳକୁ ୭୨ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ନୁନୁକାପଶି ସରପଞ୍ଚ। ଅନୁଗୁଳ ଜିଲ୍ଲାରେ ରବିବାର ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କିଶୋରନଗର ବ୍ଳକ୍ ନୁନୁକାପଶି ସରପଞ୍ଚ ଜଳଧର ସାହୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି । ବଇଣ୍ଡା ସମେତ ପୁରା ପଞ୍ଚାୟତ ଅଞ୍ଚଳକୁ ୭୨ ଘଣ୍ଟା ପାଇଁ ସମ୍ପର୍ଣ୍ଣ ତାଲା ବନ୍ଦ ଘୋଷଣା କରିଛନ୍ତି । ସୋମବାର ସକାଳ ୭ଟାରୁ ୧୪ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ସେ ଏହି ସଟ୍ ଡାଉନ୍ ଘୋଷଣା କରିଛନ୍ତି । ସେହିପରି ବଡକେରା ପଞ୍ଚାୟତର ସରପଞ୍ଚ ବିଜୟାଲକ୍ଷ୍ମୀ ପଟ୍ଟନାୟକ ମଧ୍ୟ ନିଜ ପଞ୍ଚାୟତ ଅଞ୍ଚଳକୁ ୭ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୧୧ତାଖ ସକାଳ ୭ଟାରୁ ୧୭ ତାରିଖ ସକାଳ ୭ଟା ଯାଏଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking