42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପୁଣି କୋଟାରେ ଜୀବନ ହାରିଲେ ଛାତ୍ର

ପୁଣି କୋଟାରେ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ : କୋଟାରେ ପୁଣି ଜଣେ ଛାତ୍ର ନିଜ ଜୀବନ ହାରିଛନ୍ତି । ଛାତ୍ର ଜଣକ  କୋଟାରେ ନିଟ୍ ପାଇଁ ପାଠ ପଢୁଥିଲେ । କିନ୍ତୁ କୌଣସି କାରଣରୁ ଛାତ୍ର ଜଣକ ନିଜ ଜୀବନ ହାରିଦେଇଛନ୍ତି  ତାହା  ଅସ୍ପଷ୍ଟ ରହିଛି । ମୃତ ଛାତ୍ରଙ୍କ ପରିଚୟ ମିଳିଛି ବୋଲି ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ଘଟଣାର ତଦନ୍ତ କରୁଛି । ମୃତ ଛାତ୍ରଙ୍କ ବାପା ମାଙ୍କ ସୂଚନା ଅନୁସାରେ, ସେମାନେ  ଛାତ୍ର ଜଣଙ୍କୁ କଲ କରିଥିଲେ କିନ୍ତୁ ସେ କଲ ଉଠାଇନଥିଲେ । ପରେ ବାପା ମା ଛାତ୍ରଙ୍କର ସାଙ୍ଗକୁ କଲ କରିଥିଲେ ।  ସେମାନେ ମୃତ ଛାତ୍ରଙ୍କ ରୁମର କବାଟ ବାଡେ଼ଇଲେ ମଧ୍ୟ କୌଣସି ଉତ୍ତର ଆସିନଥିଲା । ସେଥିପାଇଁ  ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା । ପୋଲିସ  ଛାତ୍ର ଜଣଙ୍କର ମୃତ ଶରୀରକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରିଥିଲା । ଘଟଣାର ତଦନ୍ତରୁ ପୋଲିସକୁ କୌଣସି ପ୍ରମାଣ ମିଳିନଥିଲା । ପୋଲିସ ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା । ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ମୃତ ଛାତ୍ରଙ୍କ ଶବକୁ ବ୍ୟବଚ୍ଛେଦ ପାଇ ପଠାଇବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking