40.1 C
Bhubaneswar
Saturday, April 27, 2024
Homeଅପରାଧଯୁବକଙ୍କୁ ନିର୍ମମ ହତ୍ୟା

ଯୁବକଙ୍କୁ ନିର୍ମମ ହତ୍ୟା

ରାୟଗଡ଼ା : ରାୟଗଡ଼ାର ରାମକୃଷ୍ଣ ନଗର ଠାରେ ଘଟିଛି ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ମଦ କାଚରେ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ମୃତ ଯୁବକ ଜଣଙ୍କ ରାୟଗଡା ସହର ରେଳବାଇ କଲୋନୀର କ୍ରିଷ୍ଣା କଣ୍ଡାଗିରି ବୋଲି ଜଣାପଡିଛି । ସୂଚନା ଅନୁସାରେ ସେହି ଗ୍ରାମର ଘାସିରାମ ଝୋଡିଆ ନାମକ ଯୁବକ ଓ କ୍ରିଷ୍ଣାଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ହୋଇଥିଲା । ଏବଂ ବୁଧବାର ମଧ୍ୟାହ୍ନ ରେ ଘାସିରାମ ଝୋଡିଆ ନାମକ ଯୁବକ ଓ କ୍ରିଷ୍ଣାଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଘାସିରାମ ଏକ ମଦ ବୋତଲରେ କ୍ରିଷ୍ଣାଙ୍କୁ ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଖବରପାଇ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି କ୍ରିଷ୍ଣାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଅଭିଯୁକ୍ତ ଘାସିରାମକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking