39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପାକିସ୍ତାନର ଆଉ ଏକ ମିଛ ଧରାପଡ଼ିଲା

ପାକିସ୍ତାନର ଆଉ ଏକ ମିଛ ଧରାପଡ଼ିଲା

ନୂଆଦିଲ୍ଲୀ : ଆତଙ୍କବାରଦୀ ସଂଗଠନ ତାଲିବାନକୁ ସମର୍ଥନ ନେଇ ପାକିସ୍ତାନର ଆଉ ଏକ ମିଛ ଧରାପଡ଼ିଛି । ତାଲିବାନ ସରକାରର ଉପପ୍ରଧାନମନ୍ତ୍ରୀ ମୁଲ୍ଲା ଅବ୍‌ଦୁଲ୍ ଘନି ବରାଦରଙ୍କୁ ଛଦ୍ମ ନାମରେ ପାକିସ୍ତାନ ଆଜୀବନ ପାସ୍‌ପୋର୍ଟ ଓ ଜାତୀୟ ଆଇଡେଣ୍ଟି କାର୍ଡ ପ୍ରଦାନ କରିଥିବା ଜଣାପଡ଼ଛି । ଫଳରେ କାବୁଲ୍ ଉପରେ ତାଲିବାନର କବ୍‌ଜା ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ମୁଖ୍ୟ ଭୂମିକା ରହିଥିବା ଏହା ପ୍ରମାଣ କରୁଛି । ପାକିସ୍ତାନ ମହମ୍ମଦ ଆରିଫ୍ ଆଘା, ପୁତ୍ର- ସୟଦ୍ ଏମ୍ ନଜିର ଆଘା ନାମରେ ମୁଲ୍ଲା ବରଦାରଙ୍କୁ ଏହି ଆଇଡେଣ୍ଟି କାର୍ଡ ଜାରି କରିଥିଲା ।

କ୍ରମିକ ନଂ ୪୨୨୦୧-୫୨୯୨୪୬୦-୫ ବିଶିଷ୍ଟ ଆଜୀବନ ଆଇଡେଣ୍ଟି କାର୍ଡଟି ୨୦୧୪ ଜୁଲାଇ ୧୦ ତାରିଖରେ ଇସ୍ୟୁ କରାଯାଇଥିଲା । ଏଥିରେ ବରାଦରଙ୍କ ଜନ୍ମ ତାରିଖ ୧୯୬୩ ଉଲ୍ଲେଖ ଥିବା ବେଳେ ପାକିସ୍ତାନ ରେଜିଷ୍ଟ୍ରାର ଜେନେରାଲ୍‌ଙ୍କ ସ୍ୱାକ୍ଷର ରହିଛି । ସେହିପରି ବରାଦରଙ୍କ ପାକିସ୍ତାନୀ ପାସ୍‌ପୋର୍ଟ ନମ୍ବର ଜିଏଫ୍‌୬୮୦୧୨୧ ରହିଥବା ବେଳେ ଏହାର ଇସ୍ୟୁ ତାରିଖ ମଧ୍ୟ ନ୍ୟାସ୍‌ନାଲ୍ ଆଇଡେଣ୍ଟି କାର୍ଡ ସହ ସମାନ ରହିଛି । ଆଫଗାନିସ୍ତାନ ସେନ୍ୟବାହିନୀ ବିପକ୍ଷ ଲଢ଼େଇରେ ପାକିସ୍ତାନ ତାଲିବାନକୁ ମିଲିଟାରୀ, ଆର୍ଥିକ ଓ ଇଣ୍ଟେଲିଜେନ୍ସ ସହାୟତା ଯୋଗାଇ ଦେଉଥିବା ଦୀର୍ଘଦିନ ଧରି ଅଭିଯୋଗ ହୋଇଆସୁଥିଲା । ତେବେ ଆଧାରହୀନ କହି ଇସ୍‌ଲାମାବାଦ ବାରମ୍ବାର ଏହାକୁ ଅସ୍ୱୀକାର  କରିଆସୁଥିଲା । ସୂତ୍ର ଅନୁସାରେ ତାଲିବାନର ସହପ୍ରତିଷ୍ଠାତା ବରାଦର ତାଲିବାନ ମୁଖ୍ୟ ମୁଲ୍ଲା ଓମାର ଓ ଅନ୍ୟ ନେତାଙ୍କ ସହ ପାକିସ୍ତାନର କ୍ୱେଟା ସହରରେ ଅବସ୍ଥାନ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking