28.1 C
Bhubaneswar
Sunday, July 14, 2024
Homeଦେଶ ବିଦେଶଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନ୍ୟୁୟର୍କ: ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ନ୍ୟୁୟର୍କ ଷ୍ଟେଟ୍‌ର ଆଲବାନିର ଅଞ୍ଚଳରେ ରହୁଥିବା ଏବଂ ଏଠାରେ ଥିବା ଏକ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପାଣିରେ ବୁଡିଯିବା ଯୋଗୁ ହୋଇଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ନ୍ୟୁୟର୍କ ଷ୍ଟେଟ୍‌ର ଆଲବାନିର ଜଳପ୍ରପାତକୁ ସେ ଗାଧୋଇବାକୁ ଯାଇଥିବା ବେଳେ ଦୁର୍ଭାଗ୍ୟବଶତଃ ସେ ବୁଡିଯାଇଥିଲେ । ମୃତ ଛାତ୍ରଜଣକ ହେଉଛନ୍ତି ୨୬ ବର୍ଷୀୟ ସାଇ ସୂର୍ଯ୍ୟ ଅବିନାଶ ଗାଡ଼େ । ତାଙ୍କ ଘର ଆନ୍ଧ୍ର ପ୍ରଦେଶର ଗୋଦାବରୀ ଜିଲ୍ଲା ଚିତ୍ୟାଲାରେ । ଜୁଲାଇ ୭ରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।
ଜୁଲାଇ ୭ରେ ଛାତ୍ର ଜଣକ ତାଙ୍କ ବଡ଼ ଭଉଣୀଙ୍କ ପରିବାର ସହ ଏକ ବନ୍ଧୁଙ୍କ ଘରକୁ ଯାଇଥିଲେ । ସେଠାରୁ ଉଭୟ ପରିବାରର ସଦସ୍ୟମାନେ ନିକଟସ୍ଥ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ଏହି ସମୟରେ ସାଇ ସୂର୍ଯ୍ୟ ହଠାତ୍ ଜଳପ୍ରପାତରେ ପଡ଼ି ଯାଇଥିଲେ । ଏହାପରେ ତାଙ୍କୁ ଖୋଜାଖୋଜି କରା ଯାଇଥିଲେ ମଧ୍ୟ ସନ୍ଧାନ ମିଳି ପାରିନଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଏକ ସ୍ଥାନରୁ ଉଦ୍ଧାର କରାଯାଇଥିଲା । କିନ୍ତୁ ସେତବେଳଙ୍କୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking