34.1 C
Bhubaneswar
Saturday, May 9, 2026
Homeଓଡିଶାବାଲିଅନ୍ତାରେ ପୁଣି ବର୍ବର କାଣ୍ଡ: ଯୁବକଙ୍କୁ ପିଟିପିଟି ହତ୍ୟା 

ବାଲିଅନ୍ତାରେ ପୁଣି ବର୍ବର କାଣ୍ଡ: ଯୁବକଙ୍କୁ ପିଟିପିଟି ହତ୍ୟା 

ଭୁବନେଶ୍ୱର: ବାଲିପାଟଣା ଥାନା ଅଞ୍ଚଳରେ ଆଉ ଏକ ହତ୍ୟା ଘଟଣାରେ ଜଣଙ୍କୁ ଅଟକ ରଖିଛି ପୁଲିସ । ବାଲିପାଟଣାରେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ । ମୃତକ ହେଲେ ରାକେଶ ଦାସ ଓରଫ ମଣ୍ଟୁ। ମୁର୍ମୁଷୁ ଅବସ୍ଥାରେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି କ୍ୟାପିଟଲ ହସ୍ପିଟାଲ ଆଣିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ଲୁଟ୍ ଉଦ୍ଦେଶ୍ୟରେ ଅଟକାଇ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଥିବେ ବେଳେ, ପରିବାର ଲୋକେ ଆଣିଛନ୍ତି ଅନ୍ୟ ଏକ ଅଭିଯୋଗ । କହିଛନ୍ତି-ରାକେଶ ସକାଳୁ ପୂଜା କରିବାକୁ ଯାଇଥିବା ବେଳେ କିଛି ଲୋକ ଡାକି ନେଇ ତାଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲେ । ବେଙ୍ଗବତୀ ବସ୍ତିର ଜଣେ ଯୁବକ ବ୍ରାଉନସୁଗାର ବେପାର କରେ । ରାକେଶ ପୂର୍ବରୁ ଉକ୍ତ ଯୁବକ ଠାରୁ ବ୍ରାଉନସୁଗର ଖାଉଥିଲେ । ତେବେ ଆଜି ସକାଳେ ରାକେଶଙ୍କ ବାପାଙ୍କ ନିକଟକୁ ସେହି ଯୁବକ ଫୋନ୍ କରି ୨୦ ହଜାର ଟଙ୍କା ପୁଅ ନେଇଥିବା ନେଇ କହିଥିଲେ । ଟଙ୍କା ନଦେଲେ ପୁଅକୁ ମାରି ଦେବାକୁ ଧମକ ବି ଦେଇଥିଲେ । ବାପା କୈଳାସ ଥାନାକୁ ଯିବାକୁ କହିଥିଲେ ବି ଅଭିଯୁକ୍ତ ଖାତିର କରି ନଥିଲା । ଆଉ ତା ପରେ ଗୁରୁତର ଆହତ ଅବସ୍ଥାରେ ପୁଅକୁ ପାଇଥିଲେ। ନ୍ୟାୟ ପାଇଁ ଉଭୟ ବାପା ଓ ମାଆ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking