29.1 C
Bhubaneswar
Thursday, May 2, 2024
Homeଓଡିଶାଉପରଝର ବିଦ୍ୟାଳୟର ବାର୍ଷିକ ଉତ୍ସବ

ଉପରଝର ବିଦ୍ୟାଳୟର ବାର୍ଷିକ ଉତ୍ସବ

ବଲାଙ୍ଗିର (ଦେବାଶିଷ ମିଶ୍ର) : ବାର୍ଷିକ ଉତ୍ସବ ଅବସରରେ ସ୍କୁଲର ଛାତ୍ର ଛାତ୍ରୀ, ଶିକ୍ଷକ, କର୍ମଚାରୀ, ଅବିଭାବକ ସମସ୍ତଙ୍କୁ ଅଭିନନ୍ଦନ । ଶିକ୍ଷା ପ୍ରତି ଆପଣମାନଙ୍କର ଋଚି ପାଇଂ ଆଜି ଏ ଅଞ୍ଚଳ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଦିଗରେ ଆଗରେ ଅଛି । କେବଳ ଶିକ୍ଷାନୁଷ୍ଠାନ ତିଆରି କଲେ ହେବ ନାହିଁ, ଶିକ୍ଷାନୁଷ୍ଠାନରେ ଯେପରି ଛାତ୍ରମାନେ ଠିକ୍ ଶୃଙ୍ଖଳାର ସହିତ ଶିକ୍ଷାଲାଭ କରିବେ, ସେଥି ପାଇଁ ସମସ୍ତେ ଯତ୍ନବାନ ହେବା ଦରକାର । କାରଣ, କେବଳ ଶୃଙ୍ଖଳିତ ଶିକ୍ଷା ଦ୍ୱାରା ଛାତ୍ରମାନେ ନିଜକୁ ଗଢିବା ସହ ଅଞ୍ଚଳର ବିକାଶରେ ସହାୟକ ହୋଇଥାନ୍ତି ବୋଲି ଆଜି ଉପରଝର ଆଞ୍ଚଳିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଲାଙ୍ଗିରର ମାନ୍ୟବର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ଛାତ୍ର ଛାତ୍ରୀ, ଅଭିଭାବକ,ଶିକ୍ଷକ ଏବଂ କର୍ମଚାରୀଙ୍କୁ ନିଜ ଉଦ୍‌ବୋଧନରେ କହିଛନ୍ତି ।
ସ୍କୁଲର ପ୍ରଧାନ ଶିକ୍ଷକ ଗୌତମ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ଶ୍ରୀ ମିଶ୍ର ନୋବେଲ ପୁରସ୍କାର ବିଜୟୀ ଆମର୍ତ୍ତ୍ୟସେନଙ୍କ ଉତ୍ତମ ଶିକ୍ଷା ଓ ସ୍ୱାସ୍ଥ୍ୟ ଲୋକଙ୍କ ଆର୍ଥିକ ଉନ୍ନତିରେ ବିଶେଷ ସହାୟତା ହୋଇଥାଏ ସନ୍ଦର୍ଭରେ ମଧ୍ୟ ଛାତ୍ର ଛାତ୍ରୀମାନଙ୍କୁ ବୁଝେଇଥିଲେ । ମୁଖ୍ୟବକ୍ତା ଭାବେ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ କାମେଶ୍ୱର ମେହେର ଛାତ୍ର ଛାତ୍ରୀମାନେ ଯେପରି ବିପଥଗାମି ନ ହେବେ ସେଥି ପ୍ରତି ମାଁ, ବାପାମାନେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ ବୋଲି କହିଥଲେ । ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲେ । ସ୍କୁଲ ଦ୍ୱାରା ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ପୁରସ୍କୃତ କରିଥିଲେ । ସ୍କୁଲ ପରିଚାଳନା କମିଟି ପକ୍ଷରୁ ବିଧାୟକ ଶ୍ରୀ ମିଶ୍ରଙ୍କୁ ସ୍କୁଲର ଶୈାଚାଳୟ ସାଙ୍ଗକୁ ପିଲାମାନଙ୍କ ପାଇଁ ଏକ ସମ୍ମିଳନୀ ଗୃହ ପାଇଁ ଦାବୀ କରାଯାଇଥିଲା । ଯାହାକି ବିଧାୟକ ଶ୍ରୀ ମିଶ୍ର ଦାବୀ ଗୁଡିକୁ ପ୍ରାଥମିକତା ଭିତ୍ତିରେ ପୁରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟା ବିଣାପାଣି ବିଶ୍ୱାଲ ତଥା ସ୍କୁଲ ପରିଚାଳନା କମିଟି ସଭାପତି ଶିବ ପ୍ରସାଦ ବାରିକ ମଧ୍ୟ ମଞ୍ଚାସିନ ଥିଲେ । ଶେଷରେ ସ୍କୁଲ ଶିକ୍ଷକ ଚୈତନ୍ୟ ଠାକୁର ମିଶ୍ର ଧନ୍ୟବାଦ ଦେଇ ସଭା ଶେଷ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking