36.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗସୁଲିଆ ପୀଠରେ ପଶୁ ବଳୀ

ସୁଲିଆ ପୀଠରେ ପଶୁ ବଳୀ

ବଲାଙ୍ଗୀର : ବଲାଙ୍ଗୀର ପ୍ରସିଦ୍ଧ ସୁଲିଆ ପୀଠରେ ଦିଆଗଲା ପଶୁ ବଳୀ । କୋରନା କଟକଣା ଭିତରେ ଏହି ବଳୀ ପ୍ରଥା ଅନୁଷ୍ଠିତ ହୋଇଯାଇଛି । ବଡ଼ ଖଳା ଓ ସାନ ଖଳାରେ ମାନସିକଧାରୀ ମାନେ ବଳୀ ପକାଇଛନ୍ତି । ବିଳମ୍ବିତ ରାତ୍ରିରେ ନିତୀ ପୂଜା ଶେଷ ହେବା ପରେ ଭୋରରୁ ଏହି ବଳୀ ଆରମ୍ଭ ହୋଇଥିଲା ।

ସୁଲିଆ ଯାତ୍ରାରେ ପଶୁ ବଳୀ ଦେବା ପରମ୍ପରା ବହୁ କାଳରୁ ଚଳି ଆସୁଛି । ପୂଜା ଶେଷ ହେବା ପରେ ପ୍ରଥମେ ଶୋଭାଯାତ୍ରାରେ ଆସି ଆଦିବାସୀ , ପୂଜକ ଓ ଦେହୁରୀ ମାନେ ଧଳା ପାଟ ବୋଦାକୁ ଏଠାରେ ବଳୀ ଦିଅନ୍ତି । ଏହାପରେ ମାନସିକଧାରୀ ମାନେ ନିଜେ ସାଙ୍ଗରେ ଆଣିଥିବା ପଶୁ ଓ ପକ୍ଷୀ ବଳୀ ଦେଇଥାନ୍ତି । ତେବେ କୋରନା କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ବଜାର ଘାଟ, ମିନା ବଜାର ଓ ବିଭିନ୍ନ ସାସ୍କୃଂତିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । ଏହି ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ର ବ୍ୟବସ୍ଥା କରାଯାଇଛି । ଏଥିରେ ଜଣେ ଡିଏସପିଙ୍କ ଦାୟିତ୍ୱରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ୨ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking