27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଗୁଜୁରାଟରେ ମର୍ମନ୍ତୁଦ ଦୁର୍ଘଟଣା : ୧୫ ମୃତ

ଗୁଜୁରାଟରେ ମର୍ମନ୍ତୁଦ ଦୁର୍ଘଟଣା : ୧୫ ମୃତ

ଗୁଜୁରାଟ : ଗୁଜୁରାଟର ସୁରଟ ଜିଲ୍ଲ କୋସାମ୍ବାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଫୁଟଫାତରେ ଶୋଇଥିବା ସମୟରେ ଏକ ଆଖୁ ବୋଝଇ ଟ୍ରକ ମାଡିଯିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଛି ।

ସୂଚନା ମୁତାବକ ରାସ୍ତା ଉପରେ ପ୍ରାୟ ୧୮ ଜଣ ଲୋକ ରାତିରୁ ଶୋଇଥିଲେ । ଆଖୁ ବୋଝଇ ଟ୍ରକଟି ରାତ୍ରିରେ ଭାରସାମ୍ୟ ହରାଇ ଲୋକଙ୍କ ଉପରେ ମାଡ଼ି ଯାଇଥିଲା । ତେବେ ସମସ୍ତ ମୃତକ ମାନଙ୍କ ଘର ରାଜସ୍ତାନ ଓ ସେମାନେ ସୁରଟରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ୧୫ ଜଣ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ଓ ପ୍ରଧାନ ମନ୍ତ୍ରୀ ରିଲିଫି ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍ଗା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking