40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗସରକାରୀ ସହାୟତାକୁ ଅନିମାଙ୍କ ଅପେକ୍ଷା

ସରକାରୀ ସହାୟତାକୁ ଅନିମାଙ୍କ ଅପେକ୍ଷା

ବାଲେଶ୍ୱର : ଆଖିରେ ରହିଛି ଅସୁମାରୀ ସ୍ୱପ୍ନ । ଭଲ ପାଠ ପଢ଼ି ଆଗକୁ ଓକିଲ ହେବାକୁ ଇଚ୍ଛା ରହିଛି ଅନିମାଙ୍କର । ହେଲେ ପାଠ ପଢ଼ା ତ ଦୂରର କଥା, ଏବେ ନିଜେ ଠିକ୍ ଭାବେ ଠିଆ ହୋଇପାରୁ ନାହାନ୍ତି । ଏପରିକି ଚାଲିବା ପାଇଁ ଲୋଡୁଛନ୍ତି ସାହାରା । ଫଳରେ ତାଙ୍କ ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଯାଇଛି । ପ୍ରାୟ ଦୀର୍ଘ ୪ବର୍ଷ ହେବ କୌଣସି କାରଣରୁ ହଠାତ ତାଙ୍କର ଡାହାଣ ଗୋଡଟି ଅକାମି ହୋଇଗଲା । ଏପରିକି ଚଲାବୁଲା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ଫଳରେ ଅନେକ କଷ୍ଟ ଅନୁଭବ କରୁଥିବା ବେଳେ ୱାକର୍ ସାହାଯ୍ୟରେ ଚାଲିବାକୁ ପଡ଼ୁଛି । ଏପରିକି ବାପା ଧାର୍ ଉଧାର କରି ମୋର ଚିକିତ୍ସା କରାଇବା ପରେ ଅର୍ଥାଭାବରୁ ଆଉ ଚିକିତ୍ସା ହୋଇପାରୁନି କି ସେ ଆଗକୁ ପଢ଼ି ପାରୁନାହାନ୍ତି । ଏପରିକି ଘରର ଆର୍ଥିକ ସମସ୍ୟା, ପାଠପଢ଼ା ଏବଂ ଚିକିତ୍ସା ଖର୍ଚ୍ଚ ନେଇ ତାଙ୍କର ମାନସିକ ସ୍ଥିତି ସହ ସେ କ୍ରମଶଃ ଦୁର୍ବଳ ହୋଇପଡ଼ୁଛନ୍ତି । ହେଲେ ସେ ଏଇ ରୋଗକୁ ସାମ୍‌ନା କରି ସୁସ୍ଥ ହେବାକୁ ଚାହୁଁ ଥିବାବେଳେ ପାଠ ପଢ଼ି ଓକିଲ ହେବାକୁ ଚାହେଁ ବୋଲି ଅନିମା କୋହଭରା କଣ୍ଠରେ କହିଛନ୍ତି । ଏ ନେଇ ସରକାର କୌଣସି ସାହାଯ୍ୟ କଲେ ଅନିମା ମଣ୍ଡଳ(୨୦) ତାଙ୍କର ସ୍ୱପ୍ନ ପୂରଣ କରିପାରିବେ ବୋଲି କହିଛନ୍ତି । ଏଭଳି ଏକ ହୃଦୟସ୍ପର୍ଶ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତର ସିଆଳିଆ ଗାଁରେ । ଏହି ଗାଁ’ର ଅମୂଲ୍ୟ ମଣ୍ଡଳ ଓ ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମଣ୍ଡଳ ତିନି ଝିଅ ସହ ବାସ କରନ୍ତି । ବାପା ଅମୂଲ୍ୟ ପର ଘରେ ମୂଲ ଲାଗି ସେଥିରୁ ଯାହା ଅର୍ଥ ଉପାର୍ଜନ କରନ୍ତି ସେଥିରେ ସେ ତାଙ୍କ ପରିବାର ପ୍ରତିପୋଷଣ କରନ୍ତି । ଏପରିକି ଅମୂଲ୍ୟ ଅନେକ ଦୁଃଖକଷ୍ଟରେ ଦୁଇ ଝିଅଙ୍କର ବାହାଘର କରିସାରିଛନ୍ତି । ଏବେ ତାଙ୍କ ପାଖରେ ରହୁଛନ୍ତି ତାଙ୍କ ସାନ ଝିଅ ଅନିମା । ଅମୂଲ୍ୟଙ୍କ କହିବା ଅନୁସାରେ, ସାନଝିଅ ଅନିମାଙ୍କୁ ଯେତେବେଳେ ୧୩ବର୍ଷ ବୟସ ହୋଇଥିଲା ସେତେବେଳେ ହଠାତ ଡାହାଣ ଗୋଡ଼ର ପାଦ ଗୋଇଠି ମାଟିରେ ଲାଗିବା ବନ୍ଦ ହୋଇଗଲା । ଅନିମାଙ୍କ ବୟସ ବଢ଼ିବା ସହ ସମସ୍ୟା ଅଧିକ ବଢ଼ିବାରେ ଲାଗିଥାଏ । ଏଣୁ ଅମୂଲ୍ୟ ବିଭିନ୍ନ ସ୍ଥାନରୁ ଧାର୍ ଉଧାର କରି ଝିଅର ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରି କଟକ ଜିଲ୍ଲା ଓଲଟପୁରରେ ଅପରେସନ କରାଇଲେ । ମାତ୍ର ଅପରେସନ ପରେ ତାଙ୍କ ଗୋଡ଼ ଭଲ ହେବା ପରିବର୍ତ୍ତେ ଅଧିକ ଯନ୍ତ୍ରଣା ଦେଇଛି । ଏପରିକି ତାଙ୍କ ଚିକିତ୍ସା ପାଇଁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଥିଲେ ମଧ୍ୟ ରୋଗ ଭଲ ହେଉନାହିଁ । ଭବିଷ୍ୟତରେ ଓକିଲ ହେବାକୁ ଇଚ୍ଛା ରଖିଥିବା ଅନିମାଙ୍କ ପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତାଙ୍କର ଚିକିତ୍ସା କରାଇଲେ ସେ ତାଙ୍କର ସ୍ୱପ୍ନ ପୂରଣ କରିପାରନ୍ତେ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking