40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପୁନଃ ମୂଲ୍ୟ ଧାର୍ଯ୍ୟ ଦାବୀରେ ଅଙ୍ଗନବାଡି କର୍ମୀ

ପୁନଃ ମୂଲ୍ୟ ଧାର୍ଯ୍ୟ ଦାବୀରେ ଅଙ୍ଗନବାଡି କର୍ମୀ

କେନ୍ଦୁଝର: ଗର୍ଭବତୀ, ପ୍ରସୂତୀ ଓ ଶିଶୁଙ୍କୁ ଅଣ୍ଡା ଓ ଶୁଖୁଲା ଖାଦ୍ୟ ବଣ୍ଟନ ଦାୟିତ୍ବ ଅଙ୍ଗନବାଡି କର୍ମୀ ତୁଲାଇ ଆସୁଛନ୍ତି। କରୋନା ମହାମାରୀ ପରିପ୍ରେକ୍ଷୀରେ ଦିନକୁ ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ଯେଭଳି ଭାବେ ବଢ଼ିଚାଲିଛି ଏଭଳି ସ୍ଥିତିରେ ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ଅଣ୍ଡା ଓ ଜଳ ଯୋଗାଣ ସମ୍ଭବପର ନୁହେଁ ବୋଲି ଅଲ ଓଡ଼ିଶା ଅଙ୍ଗନବାଡି ଲେଡ଼ିଜ ୱାର୍କଶ ଆସୋସିଏସନ ପକ୍ଷରୁ ବୁଧବାର ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଭେଟି ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗର୍ଭବତୀ, ପ୍ରସୂତୀ ଓ ୭ମାସରୁ ୩ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ମାସିକ ୧୨ଟି ଅଣ୍ଡା ଏବଂ ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କୁ ମାସିକ ୨୫ଟି ଅଣ୍ଡା ପାଇଁ ସରକାର ଅଣ୍ଡା ପ୍ରତି ୫ଟଙ୍କା ଯୋଗାଇ ଦେଉଛନ୍ତି।ବର୍ତ୍ତମାନ ବଜାରରେ ଅଣ୍ଡା ପ୍ରତି ୭ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ କିଭଳି ଅଣ୍ଡା ଯୋଗାଇବେ ସେ ନେଇ ଅଙ୍ଗନବାଡିକର୍ମୀ ଚିନ୍ତାରେ ପଡି ଯାଇଛନ୍ତି । କେବଳ ଅଣ୍ଡା ନୁହେଁ, ହରଡ଼ ଡାଲି କିଗ୍ରା ପ୍ରତି ୭୦ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ହରଡ଼ ଡାଲି କିଲୋ ଗ୍ରାମ ପ୍ରତି 105 ସୋରିଷ ତେଲ ଲିଟର ପ୍ରତି 100 ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ଲିଟର ପ୍ରତି 130 ଟଙ୍କା ହୋଇଥିବାରୁ ସରକାର ଙ୍କର ଧ।ର୍ଯ୍ୟ ମୂଲ୍ୟ ରେ ସାମଗ୍ରୀ ଯୋଗାଇବା ସମ୍ଭବ ହେଉନାହିଁ ବୋଲି ସଭାନେତ୍ରୀ ସୁଷମା ମହାପାତ୍ର ଏବଂ ସମ୍ପାଦିକା ମମତା ରାଣୀ ବେହେରା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking