28.1 C
Bhubaneswar
Sunday, July 14, 2024
Homeଖେଳଅନ୍ତିମ ଟେଷ୍ଟ ପୂର୍ବରୁ ଆଣ୍ଡରସନ୍‌ଙ୍କ ଭାବୁକ ବୟାନ;  ନିଜକୁ କାନ୍ଦିବାରୁ ରୋକିବା ଉପରେ ମୋ ଧ୍ୟାନ

ଅନ୍ତିମ ଟେଷ୍ଟ ପୂର୍ବରୁ ଆଣ୍ଡରସନ୍‌ଙ୍କ ଭାବୁକ ବୟାନ;  ନିଜକୁ କାନ୍ଦିବାରୁ ରୋକିବା ଉପରେ ମୋ ଧ୍ୟାନ

ଲର୍ଡ୍ସ:  ଇଂଲଣ୍ଡର ମହାନ୍ ଫାଷ୍ଟ୍ ବୋଲର୍ ଜେମ୍ସ ଆଣ୍ଡରସନ୍ ଜୁଲାଇ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଲଣ୍ଡନର ଲର୍ଡ୍ସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜ ଟେଷ୍ଟ କ୍ୟାରିୟର୍‌ର ଅନ୍ତିମ ମ୍ୟାଚ୍ ଖେଳିବେ । ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଆଣ୍ଡରସନ୍  ଏହି ମ୍ୟାଚ୍‌ର ଦୁଇଦିନ ପୂର୍ବରୁ ଏକ ଭାବୁକ ବୟାନ ଦେଇଛନ୍ତି । ସୋମବାର ପ୍ରେସ୍ କନ୍‌ଫରେନ୍ସରେ ସେ କହିଛନ୍ତି- ମୁଁ ଖେଳ ସମ୍ପର୍କରେ ଅଧିକ ଚିନ୍ତା କରୁନାହିଁ । ଉନ୍ନତ ବୋଲିଂ କରି ଟିମ୍‌କୁ ବିଜୟୀ କରାଇବା ମୋ ପାଇଁ ବଡ଼ ବିଷୟ ହେବ । ମୋର ପୂରା ଧ୍ୟାନ ଏହା ଉପରେ ରହିଛି । ଏହି ମ୍ୟାଚ୍ ପରେ ଭାବନାରେ ପରିବର୍ତ୍ତନ ଘଟିବ ବୋଲି ମୋର ବିଶ୍ୱାସ । ମୋ ଧ୍ୟାନ ନିଜକୁ କାନ୍ଦିବାରୁ ରୋକିବା ଉପରେ ରହିବ । ସେ ଆହୁରି କହିଛନ୍ତି ଏବେ ମୁଁ ପୂର୍ବପରି ଫିଟ୍ ଅନୁଭବ କରୁଛି । ମୋତେ ଲାଗୁଛି ମୁଁ ଉନ୍ନତ ପ୍ରଦର୍ଶନ କରିପାରିବି । କିନ୍ତୁ ଏହା ଦିନେ ନା ଦିନେ ସମାପ୍ତ ହେବ, ତାହା ଉପରେ ବୁଝାମଣା କରିବାକୁ ହେବ । ଏହାକୁ ମୋତେ ସ୍ୱୀକାର କରିବାକୁ ପଡ଼ିବ । ତେବେ ସେ ଖେଳ ଜାରୀ ରଖିପାରିଥାନ୍ତେ କି ପ୍ରଶ୍ନର ଉତ୍ତରରେ ଆଣ୍ଡରସନ୍ କହିଛନ୍ତି, ଏହା କହିବା କଷ୍ଟକର । ବାସ୍ତବରେ ମୋ ପାଖରେ କୌଣସି ବିକଳ୍ପ ନଥିଲା ।’
ଚଳିତ ବର୍ଷ ପ୍ରାରମ୍ଭରେ ଭାରତ ଗସ୍ତରେ ଆସିଥିବା ଆଣ୍ଡରସନ୍ ନିଜ ୭୦୦ ଟେଷ୍ଟ ୱିକେଟ୍ ପୂରଣ କରିଥିଲେ । ୨୦୦୩ରେ ଜିମ୍ବାୱେ ବିପକ୍ଷରେ ଲର୍ଡ୍ସରେ ଟେଷ୍ଟ୍ ଡେବ୍ୟୁ କରିଥିବା ଆଣ୍ଡରସନ୍ ବର୍ତ୍ତମାନ ସୁଦ୍ଧା ୧୮୭ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡର ପ୍ରନିନିଧିତ୍ୱ କରିଛନ୍ତି । ଏହି ଅବସରରେ ସେ ୩୪୮ ଇନିଂସ୍‌ରେ ୨୬.୫୩ ହାରାହାରି ଏବଂ ୨.୭୯ ଇକୋନୋମିରେ ୭୦୦ ୱିକେଟ୍ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟ୍‌ରେ ସେ ୩୨ ଥର ପାଞ୍ଚ ୱିକେଟ୍ ଏବଂ ତିନିଥର ୧୦ ୱିକେଟ୍ ମଧ୍ୟ ହାସଲ କରିଛନ୍ତି । ଟେଷ୍ଟ୍ କ୍ରିକେଟ୍‌ରେ ସର୍ବାଧିକ ୱିକେଟ୍ ନେବା ମାମଲାରେ ସେ ଶ୍ରୀଲଙ୍କା ମୁଥେୟା ମୁରଲୀଧରନ୍ (୮୦୦) ଏବଂ ଅଷ୍ଟ୍ରେଲିଆର ଶେନ୍ ୱାର୍ଣ୍ଣ (୭୦୮)ଙ୍କ ପଛରେ ତୃତୀୟ ସ୍ଥାନରେ ରହିଛନ୍ତି ।
ସେହିପରି ୨୦୦୨ରେ ଅନ୍ତର୍ଜାତୀୟ କ୍ୟାରିୟର୍ ଆରମ୍ଭ କରିଥିବା ଆଣ୍ଡରସନ୍ ୧୯୪ ଦିନିକିଆ ଏବଂ ୧୯ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଦିନିକିଆରେ ତାଙ୍କ ନାମରେ ୨୬୯ ଏବଂ ଟି-୨୦ରେ ୧୮ ୱିକେଟ୍ ରହିଛି । ସେ ଶେଷଥର ପାଇଁ ୨୦୧୫ରେ ଦିନିକିଆ ଏବଂ ୨୦୦୯ରେ ଟି-୨୦ ମ୍ୟାଚ୍ ଖେଳିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking