28.1 C
Bhubaneswar
Sunday, July 14, 2024
Homeଖେଳଏଟିପି ଚ୍ୟାଲେଞ୍ଜର୍ସ ଦ୍ୱିତୀୟ ରାଉଣ୍ଡ୍‌ରେ ନାଗଲ୍

ଏଟିପି ଚ୍ୟାଲେଞ୍ଜର୍ସ ଦ୍ୱିତୀୟ ରାଉଣ୍ଡ୍‌ରେ ନାଗଲ୍

ନୂଆଦିଲ୍ଲୀ: ଭାରତର ଶୀର୍ଷ ସ୍ଥାନୀୟ ଟେନିସ୍ ଷ୍ଟାର୍ ସୁମିତ୍ ନାଗଲ୍ ଜର୍ମାନୀର ବ୍ରାଉନ୍‌ୱିଗ୍ ଏଟିପି ଚ୍ୟାଲେଞ୍ଜର୍ସର ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ଦ୍ୱିତୀୟ ସିଡ୍ ନାଗଲ୍ କ୍ଲେ କୋର୍ଟରେ ପ୍ରଥମ ରାଉଣ୍ଡ୍‌ରେ ବ୍ରାଜିଲ୍‌ର ଫେଲିପ ମେଲିଗେନି ଆଲ୍‌ଭେସ୍‌ଙ୍କୁ ୬-୧, ୬-୪ ସିଧା ସେଟ୍‌ରେ ମାତ୍ ଦେଇଛନ୍ତି । ପରବର୍ତ୍ତୀ ମ୍ୟାଚ୍‌ରେ ସେ ଆର୍ଜେଣ୍ଟିନାର ପେଡ୍ରୋ କାଚିନ୍‌ଙ୍କୁ ଭେଟିବେ । ଚଳିତ ମାସ ଶେଷର ରୋଲାଣ୍ଡ୍‌ରେ ଆରମ୍ଭ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍‌ସ ପାଇଁ ଏହି ଟୁର୍ଣ୍ଣାମେଣ୍ଟ୍ ନାଗଲ୍‌ଙ୍କ ପାଇଁ ପ୍ରସ୍ତୁତି ସଦୃଶ୍ୟ । ପୂର୍ବରୁ ନାଗଲ୍ ୱିମ୍ବଲଡନ୍‌ର ପ୍ରଥମ ରାଉଣ୍ଡ୍‌ରେ ସର୍ବିୟାର ମିଓମିର କେକ୍‌ମାନୋଭିଚ୍‌ଙ୍କ ଠାରୁ ହାରି ବିଦାୟ ନେଇଥିଲେ । ଏହି ଧକ୍କା ସତ୍ତ୍ୱେ ଚଳିତ ସିଜନ୍‌ରେ ନାଗଲ୍‌ଙ୍କ ପ୍ରଦର୍ଶନ ଚମତ୍କାର ରହିଛି । ପୂର୍ବରୁ ସଫଳତା ସହ ଅଷ୍ଟ୍ରେଲିଆନ୍ ଓପନ୍ ମୁଖ୍ୟ ଡ୍ର’କୁ ଯୋଗ୍ୟତା ଅର୍ଜନ କରିଥିବା ଏହି ଭାରତୀୟ ଷ୍ଟାର୍ ପ୍ରଥମ ରାଉଣ୍ଡ୍‌ରେ କଜାଖ୍‌ସ୍ତାନର ୩୧ତମ ସିଡ୍ ଆଲେକ୍‌ଜାଣ୍‌ଡର୍ ବୁବ୍‌ଲିକ୍‌ଙ୍କୁ ହରାଇ ବଡ଼ ଉପଲବ୍ଧି ହାସଲ କରିଥିଲେ । ଏହା ୩୫ ବର୍ଷ ପରେ ଗ୍ରାଣ୍ଡ୍‌ସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍‌ରେ କୌଣସି ଭାରତୀୟ ସିଡେଡ୍ ଖେଳାଳିଙ୍କ ହରାଇବା ପ୍ରଥମ ଘଟଣା ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking