34.8 C
Bhubaneswar
Friday, March 28, 2025
Homeଓଡିଶାକିଲେ ସୁନା ଅଳଙ୍କାର ସହ ଯୁବକଙ୍କୁ ଗିରଫ କଲା ଆର୍‌ପିଏଫ୍

କିଲେ ସୁନା ଅଳଙ୍କାର ସହ ଯୁବକଙ୍କୁ ଗିରଫ କଲା ଆର୍‌ପିଏଫ୍

କଟକ: କଟକ ରେଳସୁରକ୍ଷା ବଳ (ଆର୍‌ପିଏଫ୍‌) ଏକ କିଲୋ ସୁନା ଅଳଙ୍କାର ଜବତ କରିବା ଏହି କାରବାରରେ ସଂପୃକ୍ତ ଜଣେ ବଙ୍ଗୀୟ ଯୁବକଙ୍କୁ ଆଜି ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲା ଅନ୍ତର୍ଗତ ଘଣ୍ଟାଳ ଅଞ୍ଚଳର ପଳାଶ ପାତ୍ର(୩୭) । ଜବତ ସୁନା ଅଳଙ୍କାରଗୁଡ଼ିକର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ତେବେ ଜିଏସ୍‌ଟି ଫାଙ୍କିବା ପାଇଁ ଏଭଳି ଚୋରା କାରବାର କରାଯାଉଥିବା ତଦନ୍ତ ବେଳେ ଜଣାପଡ଼ିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକ ଆର୍‌ପିଏଫ୍ ଅଧିକାରୀ ଓ କର୍ମଚାରୀମାନେ ପୁରୀ-ହାୱଡ଼ା ଧଉଳି ଏକ୍ସପ୍ରେସ୍ (ଟ୍ରେନ୍ ନଂ- ୧୨୮୨୨)ରେ ତନଖି କରିଥିଲେ । ଟ୍ରେନ୍‌ଟି ଦିନ ୧୨.୧୫ରେ ଆସିବାକୁ ଥିଲା, ମାତ୍ର ତାହା ବିଳମ୍ବିତ କାରଣରୁ ଅପରାହ୍ଣ ୧ଟାରେ କଟକରେ ପହଞ୍ôଚଥିଲା । ସମ୍ପୃକ୍ତ ଟ୍ରେନ୍‌ର ଏସି କୋଚ୍‌ରେ ଯାତ୍ରା କରୁଥିବା ପଳାଶଙ୍କୁ ସନ୍ଦେହରେ ପଚରାଉଚୁରା କରାଯାଇଥିଲା । ପରେ ତାଙ୍କ ନିକଟରେ ସୁନା ଅଳଙ୍କାର ଭର୍ତ୍ତିବ୍ୟାଗ ଠାବ କରାଯାଇଥିଲା । ପଚରାଉଚୁରା ବେଳେ ସେ ସୁନା ଅଳଙ୍କାରଗୁଡ଼ିକୁ ଭୁବନେଶ୍ୱରରୁ ନେଇ କୋଲକାତାର ଜଣେ ଅଳଙ୍କାର ବ୍ୟବସାୟୀଙ୍କୁ ବିକ୍ରି ପାଇଁ ଯୋଗାଣ କରିବାକୁ ଯାଉଥିବା କହିଥିଲେ । ମାତ୍ର ଏନେଇ ସେ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ । ଫଳରେ ଯୁବକଙ୍କ ନିକଟରୁ ସମସ୍ତ ସୁନା ଅଳଙ୍କାର ଜବତ କରାଯାଇଥିଲା । ଏନେଇ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଏକ  କେସ୍ ରୁଜୁ କରାଯାଇଛି । ତେବେ ସୁନା ବ୍ୟବସାୟରେ ସରକାରୀ ଟିକସ ଫାଙ୍କିବା ପାଇଁ ଏପରି ଚୋରା କାରକାର କରାଯାଉଥିବା ଆର୍‌ପିଏଫ୍ ତଦନ୍ତ ବେଳେ ଜାଣିବାକୁ ପାଇଛି । ତେଣୁ ଜିଏସ୍‌ଟି ଅଧିକାରୀଙ୍କୁ ଏନେଇ ଅବଗତ କରାଯିବା ସହ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଆରପିଏଫ ଆଇଆଇସି ଅନୀଲ ସିଂହ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking