18.1 C
Bhubaneswar
Thursday, January 23, 2025
Homeଓଡିଶାନନ୍ଦନକାନନରେ ଜନ୍ମ ନେଲା ଏକ ଗୟଳ ଶାବକ

ନନ୍ଦନକାନନରେ ଜନ୍ମ ନେଲା ଏକ ଗୟଳ ଶାବକ

ଭୁବନେଶ୍ୱର : ନନ୍ଦନକାନନରେ ଗୁରୁବାର ସକାଳେ ନନ୍ଦନକାନନ ଖୁଆଡ ନଂ ୧୦୨ରେ ରହୁଥିବା ଗୟଳ ଏକ ଶାବକ ଜନ୍ମ ଦେଇଛି । ଶାବକ ଛୁଆଟିକୁ ଜନ୍ମ ଦେବା ପରେ ଉଭୟ ମା ଛୁଆ ସୁସ୍ଥ ଅଛନ୍ତି ବୋଲି ନନ୍ଦନକାନନ ଉପନିର୍ଦେଶକ ସଂଜିତ କୁମାର ସୂଚନା ଦେଇଛନ୍ତି । ତେବେ  ନବଜାତକ ଶାବକକୁ ମିଶାଇ ନନ୍ଦନକାନନର ଗୟଳ ମାନଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । କହିରଖୁଛୁ , ପୂର୍ବରୁ ତିନୋଟି ଅଣ୍ଡିରା ଓ ଦୁଇଟି ମାଇ ଥିଲେ । ଏବେ ଏହି ଗୟଳ ଶାବକକୁ ମିଶାଇ ସଂଖ୍ୟା ୬ରେ ପହଞ୍ଚିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ନବଜାତକ ଗୟଳର ଲିଙ୍ଗ ନିରୁପଣ ହୋଇ ପାରିନାହିଁ ।

ନନ୍ଦନକାନନରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ନିକଟରେ ଥିବା ଚନ୍ଦକା ଜଙ୍ଗଲ ଭିତରେ ପ୍ରାକୃତିକ ପରିବେଶରେ ଥିବା ଚିଡ଼ିଆଖାନା । ଏହା ମୋଟ ୪୦୦ ହେକ୍ଟର ଜମି(୯୦୦ ଏକର)ମଧ୍ୟରେ ଚିଡିଆଖାନା ଓ ବଟାନିକାଲ ବଗିଚା ରହିଅଛି । ୧୯୬୦ ମସିହାରେ ଏହା ପ୍ରତିଷ୍ଠା କରାଯାଇଥିଲା ଓ ୧୯୭୯ ମସିହାରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲ। । ନନ୍ଦନକାନନର ଅର୍ଥ ସ୍ୱର୍ଗର ବଗିଚା ଏହା ଏସିଆର ସବୁଠୁ ବଡ଼ ଚିଡ଼ିଆଖାନା ଓ ପୃଥିବୀର ସବୁଠୁ ବଡ଼ ବିରଳ ଧଳାବାଘ ପ୍ରଜନନ କେନ୍ଦ୍ର । ଏହା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ଜୀବଜନ୍ତୁ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ । World Association of Zoos and Aquariums (WAZA)ର ସଦସ୍ୟତା ହାସଲ କରିବାରେ ଏହି ଚିଡ଼ିଆଖାନା ଭାରତରେ ପ୍ରଥମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking