17.1 C
Bhubaneswar
Friday, January 10, 2025
Homeଅପରାଧମନ୍ଦିରରୁ ଫେରିବା ବାଟରେ ଯୁବକଙ୍କୁ ହତ୍ୟା ଉଦ୍ୟମ; ପୂର୍ବଶତ୍ରୁତାରୁ ଆକ୍ରମଣ, ପୁଲିସର ତଦନ୍ତ ଆରମ୍ଭ

ମନ୍ଦିରରୁ ଫେରିବା ବାଟରେ ଯୁବକଙ୍କୁ ହତ୍ୟା ଉଦ୍ୟମ; ପୂର୍ବଶତ୍ରୁତାରୁ ଆକ୍ରମଣ, ପୁଲିସର ତଦନ୍ତ ଆରମ୍ଭ

ବ୍ରହ୍ମପୁର: ଶିବ ମନ୍ଦିରରୁ ଠାକୁରଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଜଗବନ୍ଧୁ ସାହି ନିକଟରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ କାତିରେ ହତ୍ୟା ଉଦ୍ୟମ କରିଛନ୍ତି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ହରିଡ଼ାଖଣ୍ଡି ଅଞ୍ଚଳର ଧର୍ମ ନଗରର ବଳିଆ ସାହୁ ବୋଲି ପୁଲିସ କହିଛି । ବଳିଆଙ୍କ ମୁଣ୍ଡ, ଗୋଡ଼ ଓ ହାତକୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ପୁଲିସ କହିଛି । ତାଙ୍କ ମୁଣ୍ଡରେ ଗଭିର ଅଘାତ ଲାଗିଥିବା ବେଳେ ପ୍ରଥମେ ତାଙ୍କ ହରିଡ଼ାଖଣ୍ଡ ସ୍ଥିତ ଯଶୋଧା ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କ ବିସାଖାପାଟଣା ସ୍ଥିତ ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପକ୍ଷରେ ଘଟଣା ସ୍ଥଳରେ ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ସମେତ ଏକ ପୁଲିସ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ସେହିପରି ପୁଅଙ୍କୁ ଆକ୍ରମଣ ପଛରେ ତାଙ୍କ ସମ୍ପର୍କୀୟ ଭାଇଙ୍କ ହାତ ରହିଥିବା ବେଳେ କିଛି ଯୁବକ ତାଙ୍କୁ ଦାଦାବଟି ମାଗିଥିଲେ । ବଳିଆ ଉକ୍ତ ଯୁବକମାନଙ୍କୁ ଟଙ୍କା ନ ଦେବାରୁ ତାଙ୍କ ଅକ୍ରମଣ କରାଯାଇଥିବା ନେଇ ଆହତ ବଳିଆର ମା’ ଇନ୍ଦ୍ରା ସାହୁ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ନେଇ ପୁଲିସ ତଦନ୍ତ କରୁଛି ।

ଏହି ଘଟଣାରେ କିଛି ନାବାଳକଙ୍କ ସଂପୃକ୍ତି ଥିବା ନେଇ ପୁଲିସ ସନ୍ଦେହ କରୁଛି । ବଳିଆଙ୍କୁ ଆକ୍ରମ ପଛରେ ଅନ୍ୟ ଜଣେ ଷଡ଼ଯନ୍ତ୍ର କରିଥିବା ନେଇ ପୁଲିସ ଅନୁମାନ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ ବଡ଼ ବଜାର ଥାନା ଅନ୍ତର୍ଗତ ଧର୍ମ ନଗରର ବଳିଆ ସାହୁ ଆଜି ସୋମବାର ହୋଇଥିବା ବେଳେ ସେ ଏକା ଦର୍ଶନ ନିମନ୍ତେ ହରିଡ଼ାଖଣ୍ଡି ଅଞ୍ଚଳରେ ଥିବା ବାଲୁଙ୍କେଶ୍ୱର ମନ୍ଦିରକୁ ଯାଇଥିଲେ । ସେ ଠାକୁରଙ୍କୁ ଦର୍ଶନ କରି ଫେରୁଥିବା ବେଳେ ୨ରୁ ୩ ଜଣ ଯୁବକ ଜଗବନ୍ଧୁ ସାହି ନିକଟରେ ତାଙ୍କ ଅଟକାଇଥିଲେ ।

ବଳିଆ ଏହାର ପ୍ରତିବାଦ କରିବାରୁ ଉକ୍ତ ଯୁବକ ମାନେ ତାଙ୍କ ଏକ କାତିରେ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲେ । ଏହା ପରେ ସେଠାରେ ସ୍ଥାନୀୟ ଆସିଯିବାରୁ ଆକ୍ରମଣକାରୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବଳିଆଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ହରିଡ଼ାଖଣ୍ଡ ସ୍ଥିତ ଯଶୋଦା ହସ୍‌ପିଟାଲ ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସୁଧାର ନ ଆସିବାରୁ ତାଙ୍କୁ ବିସାଖାପାଟଣାସ୍ଥିତ ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନ୍ୟପକ୍ଷରେ କିଛି ମାସ ପୂର୍ବେ ବଳିଆ ଓ ତାଙ୍କ ଭାଇଙ୍କ ସହ ଲକ୍ଷ୍ମୀନୃସିଂହ ସାହିର କିଛି ଯୁବକଙ୍କ ସହ କୌଣସି କାରଣକୁ ନେଇ ମାରପିଟ ହୋଇଥିଲା । ଏ ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିବା ବେଳେ ପରେ ଉୟଭଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ତେବେ ଆଜି ବଳିଆଙ୍କୁ ଆକ୍ରମଣ ପଛରେ ଉପରୋକ୍ତ କାରଣ ରହିଥିବା ନେଇ ପୁଲିସ ସନ୍ଦେହ କରିଛି । ଏ ଦିଗକୁ ନେଇ ପୁଲିସ ଘଟଣା ତଦନ୍ତ କରୁଛି । ଏହା ସହ ଫେରାର ଆକ୍ରମଣକରିଙ୍କୁ କାବୁ କରିବାକୁ ପୁଲିସ ଯୋଜନା କରୁଥିବା ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking