24.1 C
Bhubaneswar
Monday, May 4, 2026
Homeଓଡିଶାଟ୍ରକ୍‌ ଧକ୍କାରେ ପୁଅ ମୃତ; ବାପା,ମା’ ଗୁରୁତର

ଟ୍ରକ୍‌ ଧକ୍କାରେ ପୁଅ ମୃତ; ବାପା,ମା’ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅରୁଣପୁର ଗାଁ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୯ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପାମା’ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ତ୍ରୟମ୍ବକମ ରାୟଗୁରୁ। ଆହତମାନେ ହେଲେ ମୋହନ ରାୟଗୁରୁ ଓ ତାଙ୍କ ପତ୍ନୀ ଗାୟତ୍ରୀ ରାୟଗୁରୁ। ମୃତାହତମାନେ କୃଷ୍ଣପ୍ରସାଦ ଥାନା ତିଛିଣୀ ଗ୍ରାମର ବାସିନ୍ଦା। ଆଜି ଏହି ତିନି ଜଣ ଏକ ମୋପେଡ୍ ବାଇକ୍‌ରେ ୟୁଡିଏସପୁରରୁ ତିଛିଣୀ ଅଭିମୁଖେ ଫେରୁଥିବା ବେଳେ ଅରୁଣପୁର ନିକଟରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରକ୍‌ଟି ରମ୍ଭା ଆଡୁ ଆସୁଥିଲା। ତ୍ରୟମ୍ବକମ୍ ଓ ତାଙ୍କ ବାପାମା’ଙ୍କୁ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଡାକ୍ତରଖାନାକୁ ନେଇଥିଲେ।ସେଠାରେ ତ୍ରୟମ୍ବକମ୍‌ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ବାପାମା’ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking