28.1 C
Bhubaneswar
Wednesday, April 24, 2024
Homeଓଡିଶାପୋତାଗଡ଼ ଦୁର୍ଗରୁ ମିଳିଲା ପ୍ରାଚୀନ ତମ୍ବା ମୂର୍ତ୍ତି

ପୋତାଗଡ଼ ଦୁର୍ଗରୁ ମିଳିଲା ପ୍ରାଚୀନ ତମ୍ବା ମୂର୍ତ୍ତି

ଗଞ୍ଜାମ: ଗଞ୍ଜାମ ସହର ନିକଟ ଐତିହାସିକ ପୋତାଗଡ଼ ଦୁର୍ଗର ପୁନରୁଦ୍ଧାର ତଥା ନବୀକରଣ କାର୍ଯ୍ୟ ଚାଲୁ ରହିଛି। ଏହି ସମୟରେ ଦୁର୍ଗ ନିକଟରୁ ପ୍ରାଚୀନ ଶୁଦ୍ଧ ତମ୍ବା ମୂର୍ତ୍ତି ମିଳିଛି। ବ୍ରିଟିଶ ଶାସନ ଅମଳର ଏହି ଦୁର୍ଗର ଏକ ନିର୍ଦ୍ଧିଷ୍ଟ ଜାଗାକୁ ଖୋଳିବା ସମୟରେ ସେଠାରୁ ଅତି ପ୍ରାଚୀନ ତମ୍ବାରେ ତିଆରି ଶିବ ଓ ପାର୍ବତୀ ଏବଂ ସପ୍ତଫେଣୀ ନାଗ ମୂର୍ତ୍ତି ଉଦ୍ଧାର କରାଯାଇଛି। ଏହା ଉକ୍ତ ସ୍ଥାନକୁ କିଭଳି ଆସିଲା ତାହା ଅସ୍ପଷ୍ଟ ରହିଛି। ତେବେ କୁହାଯାଉଛି ଯେ ଋଷିକୂଲ୍ୟା ନଦୀ ସ୍ରୋତରେ ଭାସି ଆସି ଦୀର୍ଘ ସମୟ ହେବ ଏସବୁ ମୂର୍ତ୍ତି ମାଟି ତଳେ ପୋତି ହୋଇ ରହିଥିବା ଅନୁମାନ କରାଯାଉଛି। ଏକ ଐତିହାସିକ ପର୍ଯ୍ୟଟନ ସ୍ଥଳ ଭାବେ ଦୁର୍ଗର ବିକାଶ କାର୍ଯ୍ୟ କରାଯାଉଥିବା ବେଳେ ମୂର୍ତ୍ତିକା ଖନନରୁ ପ୍ରାଚୀନ ମୂର୍ତ୍ତି ମିଳିବା ଫଳରେ ଦୁର୍ଗର ପୁରାତନ କାଳର ମହତ୍ତ୍ବ ଅନୁମାନ କରିହୁଏ। ଅଧିକ ପରୀକ୍ଷା ନିରୀକ୍ଷା ସକାଶେ ମୂର୍ତ୍ତି ଗୁଡ଼ିକୁ ଦୁର୍ଗ ପରିସରରେ ସଂରକ୍ଷିତ କରି ରଖାଯାଇଛି। ବିଶେଷଜ୍ଞଙ୍କ ଦ୍ବାରା ପରୀକ୍ଷା ପରେ ଅଧିକ ତଥ୍ୟ ହାସଲ କରିହେବ ବୋଲି ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ କିଛି ମାସ ତଳେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ଐତିହାସିକ ଟୁରିଷ୍ଟ ସ୍ପଟ୍ ତଥା ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ଠାରୁ ବିପରୀତ ପାର୍ଶ୍ବରେ ଅଳ୍ପ କିଛି ଦୂରରେ ଅବସ୍ଥିତ ଜଉଗଡ଼ ଦୁର୍ଗ ନିକଟରେ ଏକ ପ୍ରାଚୀନ ଗୁମ୍ଫା ଠାବ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking