29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଗରେ ନିଜ ପିତା ଏବଂ ସ୍କୁଲ ଶିକ୍ଷକଙ୍କ ଗୁମର ଖୋଲିଲା ୧୧...

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଗରେ ନିଜ ପିତା ଏବଂ ସ୍କୁଲ ଶିକ୍ଷକଙ୍କ ଗୁମର ଖୋଲିଲା ୧୧ ବର୍ଷର ବାଳକ 

ବିହାର : ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ଦିବଙ୍ଗତ ପତ୍ନୀ ମଂଜୁ ସିହ୍ନା ଙ୍କ ୧୬ ତମ ପୁଣ୍ୟତିଥି ପାଇଁ କଲ୍ୟାଣ ବିଗହା ଗାଁ ରେ ପହଁଚିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅନେକ ସମସ୍ୟା ଶୁଣିଥିଲେ । ଏହି ଜନସମ୍ବାଦ କାର୍ଯ୍ୟକ୍ରମ ରେ ଜଣେ ୧୧ ବର୍ଷର ବାଳକ ସୋନୁ କୁମାର ଯାଦବ ପହଁଚିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଆଖି ମିଶାଇ କହିଥିଲା, ସାର ପ୍ରଣାମ , ମୋତେ ପଢିବା ପାଇଁ ଉତ୍ସାହିତ କରନ୍ତୁ । ପରିବାର ଲୋକ ପାଠ ପଢିବାକୁ ଦେଉ ନାହାନ୍ତି । ଛୋଟ ପିଲାଟି ଶିକ୍ଷା ର ପରିବର୍ତ୍ତନ ଏବଂ ମଦ୍ୟପାନ ବିଷୟରେ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇଥିଲା । ସୋନୁ କହିଥିଲା କି ତାର ବାପା ଯାହା ବି କିଛି ରୋଜଗାର କରୁଛନ୍ତି ସବୁ କିଛି ମଦରେ ଖର୍ଚ୍ଚ କରି ଦେଉଛନ୍ତି । ସୂଚନା ଅନୁଯାୟୀ ଷଷ୍ଠ ଶ୍ରେଣୀ ରେ ପାଠ ପଢୁଥିବା ସୋନୁ କୈାଲ ଗାଁ ରେ ରହୁଛି । ସୋନୁ ର ପିତା ରଣବିଜୟ ଯାଦବ ଦୋକାନ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଗରିବ ପରିବାର ରେ ଜନ୍ମ ଗ୍ରହଣ କରିଥିବା ସୋନୁ ନୀମା କୈାଲ ମଧ୍ୟ ବିଦ୍ୟାଳୟ ରେ ପାଠ ପଢୁଛି । ଯେଉଁଠି ଶିକ୍ଷକ ମାନେ ମଧ୍ୟ ଭଲ ଗୁଣାତ୍ମକ ଶିକ୍ଷା ଦେବା ଜାଣି ନାହାନ୍ତି । ଶିକ୍ଷାର ଉନ୍ନତି ଏବଂ ମଦ୍ୟ ପାନ ବନ୍ଦ ର ଅସଫଳତା କୁ ଛୋଟ ପିଲାଟି ମୁଖ୍ୟମନ୍ତ୍ରୀ ଙ୍କ ଆଗରେ କହିଛି । ଗଣମାଧ୍ୟମ ସମ୍ମୁଖରେ ସୋନୁ କହିଛି କି , ଯଦି ସରକାର ସହଯୋଗ କରନ୍ତି ତେବେ ମୁଁ ମଧ୍ୟ ପାଠ ପଢି ଆଇଏଏସ ଆଇପିଏସ ବନି ପାରିବ । ସରକାରୀ ବିଦ୍ୟାଳୟରେ ଶିକ୍ଷାର ସ୍ଥିତି ଠିକ ନାହିଁ ବୋଲି କହିଛି ଷଷ୍ଠ ଶ୍ରଣୀ ରେ ପାଠ ପଢୁଥିବା ପିଲା । ତେବେ ଏହି ୧୧ ବର୍ଷ ର ବାଳକ ଷଷ୍ଠ ଶ୍ରେଣୀ ରେ ପାଠ ପଢୁଥିଲେ ମଧ୍ୟ ପଂଚମ ଶ୍ରେଣୀ ଯାଏଁ ନିଜେ ମଧ୍ୟ ପିଲାଙ୍କୁ ପାଠ ପଢାଉଛି । ଯାହା ଦ୍ୱାରା ସେ ନିଜ ଖର୍ଚ୍ଚ ନିଜେ ଉଠାଉଛି । ଏହି ଛୋଟ ପିଲାର ସାହସ ଦେଖି ଅନେକ ନେତା ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking