35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଫିନଲ୍ୟାଣ୍ଡ ଏବଂ ସ୍ୱିଡେନ ନାଟୋରେ ସାମିଲ ହେଲେ କଣ ହେବ ରୁଷିଆର କ୍ଷତି ?

ଫିନଲ୍ୟାଣ୍ଡ ଏବଂ ସ୍ୱିଡେନ ନାଟୋରେ ସାମିଲ ହେଲେ କଣ ହେବ ରୁଷିଆର କ୍ଷତି ?

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲୁଥିବା ଯୁଦ୍ଧ ଥମିବାର ନାଁ ନେଉ ନାହିଁ । ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବାର ସବୁଠୁ ବଡ କାରଣ ହେଉଛି ୟୁକ୍ରେନ ନାଟୋରେ ସାମିଲ ହେବା । ରୁଷ ଚାହୁଁ ନାହିଁ ତାର ପଡୋଶୀ ଦେଶ ସବୁ ନାଟୋରେ ସାମିଲ ହୁଅନ୍ତୁ । ଏହାରି ମଧ୍ୟରେ ସବୁଠୁ ଗୁରୁତ୍ୱପୁର୍ଣ୍ଣ ଖବର ଆସୁଛି କି ଫିନଲ୍ୟାଣ୍ଡ ଏବଂ ସ୍ୱିଡେନ ରେ ନାଟୋରେ ସାମିଲ ହେବାକୁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଏହି ଦୁଇ ଦେଶ ନାଟୋରେ ସାମିଲ ହେବାକୁ କାହିଁକି ଚାହୁୁଛନ୍ତି । ରୁଷ ଯେଉଁ ପରି ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରି ଧ୍ୱଂସ କରିଦେଇଛି ତାହା ଅନ୍ୟ ପଡୋଶୀ ଦେଶ ମାନଙ୍କ ମନରେ ଭୟ ଆଣି ଦେଇଛି । ସମସ୍ତେ ନିଜ ନିଜ ସୁରକ୍ଷା କୁ ନେଇ ଚିନ୍ତିତ । ଅଧିକରୁ ଅଧିକ ଦେଶ ନାଟୋରେ ସାମିଲ ହୋଇ ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି । ନାଟୋ ରେ ସାମିଲ ହେବା ଦ୍ୱାରା ଆମେରିକା ସମେତ ବଡ ବଡ ଦେଶ ସେମାନଙ୍କୁ ସୁରକ୍ଷା ଦେବେ ବୋଲି ସେମାନେ ଭାବୁଛନ୍ତି । ଯଦି ଫିନଲ୍ୟାଣ୍ଡର କଥା କହିବା ତେବେ ଏହାର ୧୩୪୦ କିଲୋମିଟର ଏରିଆ ରୁଷ ର ବର୍ଡର ସହ ଲାଗିଛି । ଲମ୍ବା ସମୟ ଧର ଦୁଇ ଦେଶ ମଧ୍ୟରେ କୈାଣସି ସଂଘର୍ଷ ନାହିଁ । କିନ୍ତୁ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଦୁଇ ଦେଶ ଦୁଇ ଜଣଙ୍କ ବିରୁଦ୍ଧରେ ରହିଥିଲେ । ଏସବୁ ଭିତରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରି ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ସେହିପରି ସ୍ୱିଡେନ ଫିନଲ୍ୟାଣ୍ଡ ର ପଡୋଶୀ ଦେଶ ।ରୁଷ ଅନେକ ଥର ସ୍ୱଡେନ ର ଏୟାରସ୍ପେସ ରେ ଅନୁପ୍ରବେଶ କରିଛି । ଦୁଇଟି ଦେଶ ରୁଷ ପାଇଁ ନିଜକୁ ଅସୁରକ୍ଷିତ ମାନୁଛନ୍ତି । ଏହି କାରଣ ହେଉଛି କି ଫିନଲ୍ୟାଣ୍ଡ ଏବଂ ସ୍ୱିଡେନ ନାଟୋ ରେ ସାମିଲ ହେବାକୁ ଚାହୁଁଛନ୍ତି । ଯଦି ଫିନଲ୍ୟାଣ୍ଡ ଏବଂ ସ୍ୱିଡେନ ନାଟୋର ସଦସ୍ୟ ବନିବେ ତେବେ ରୁଷ ମଧ୍ୟ ଉତ୍ତର ଦିଗରୁ ଘେରିଯିବ । ରୁଷର ଆର୍ଥିକ ରାଜଧାନୀ ପିଟର୍ସବର୍ଗ ଫିନଲ୍ୟାଣ୍ଡ ପାଖରେ ରହିଛି । ବାଲ୍ଟିକ ସାଗର କୂଳରେ ଅବସ୍ଥିତ ଫିନଲ୍ୟାଣ୍ଡ । ଏହାର ଠିକ ତଳକୁ ଏଷ୍ଟୋନିଆ ପଡୋଶୀ ଦେଶ ରହିଛି । ଯାହାକି ଆଗରୁ ନାଟୋରେ ସାମିଲ ହୋଇଛି । ଫିନଲ୍ୟାଣ୍ଡ ସଦସ୍ୟ ହେବା ପରେ ନାଟୋ ଯଦି ଚାହିଁବ ତେବେ ଏଷ୍ଟୋନିଆ ଏବଂ ଫିନଲ୍ୟାଣ୍ଡ ମଧ୍ୟରେ ନାକାବନ୍ଦୀ କରିପାରିବ । ଯାହା ଫଳରେ ରୁଷ ର ସାମୁଦ୍ରିକ ବ୍ୟାପାର ମଧ୍ୟ ଠପ ହୋଇଯିବ । ଏହି ସବୁ ହେଉଛି ପ୍ରମୁଖ କାରଣ ଯାହା ପାଇଁ ନାଟୋରେ ଫିନଲ୍ୟାଣ୍ଡ ଏବଂ ସ୍ୱିଡେନ କୁ ସାମିଲ ହେବା ନେଇ ରୋକୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking