32.1 C
Bhubaneswar
Sunday, July 27, 2025
Homeଦେଶ ବିଦେଶଫେବ୍ରୁଆରୀ ୨୩ରେ ଓଡ଼ିଶା ଆସୁଛନ୍ତି ଅମିତ୍‌ ଶାହା ଓ ଜେପି ନଡ୍ଡା

ଫେବ୍ରୁଆରୀ ୨୩ରେ ଓଡ଼ିଶା ଆସୁଛନ୍ତି ଅମିତ୍‌ ଶାହା ଓ ଜେପି ନଡ୍ଡା

ତିହିଡି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସଜବାଜ ହେଉଛି ବିଜେପି । ଭଦ୍ରକ ଜିଲ୍ଲାରେ ୫ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ କେବଳ ଧାମନଗର ବିଜେପି କବ୍‌ଜାରେ ରହିଛି । ତେଣୁ ଆସନ୍ତା ନିର୍ବାଚନରେ ଦଳ ଅଧାରୁ ଅଧିକ ବିଧାନସଭା କ୍ଷେତ୍ରକୁ ଦଖଲ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏହି ମର୍ମରେ ବିଜେପିର ଚାଣକ୍ୟ କୁହାଯାଉଥିବା ଜାତୀୟ ନେତା ଅମିତ ଶାହା ଏବଂ ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଗସ୍ତ ଚୂଡ଼ାନ୍ତ ହୋଇଛି ।

ସେମାନେ ଆସନ୍ତା ଫେବ୍ରୁଆରି ୨୩ରେ ଚାନ୍ଦବାଲି ମୁହାଁ ଘାଟରେ ଓହ୍ଲାଇବେ । ପରେ ଆରଡିର ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବେ । ପରେ ବିଶାଳ ଜନସମାବେଶରେ ଯୋଗ ଦେବେ । ଉକ୍ତ ସମାବେଶ ୫୦ ହଜାର ଅଧିକ ଲୋକଙ୍କୁ ନେଇ ହେବ ବୋଲି ବିଜେପି ଏଜେଣ୍ଡା କରିଛି । ବୈତରଣୀ ନଦୀକୂଳ ମୁଆଁଘାଟ ନିକଟ ପଡିଆରେ ଏହି ସମାବେଶ ହେବ । ୪ କେନ୍ଦ୍ର ମନ୍ତ୍ରୀ, ଜାତୀୟ ସଭାପତି ଜେ.ପି. ନଡ୍ଡା ଓ ଅମିତ୍ ଶାହା ଏଥିରେ ଯୋଗଦେବାର ଯୋଜନା ରହିଥିବା ବିଜେପି ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । ମୁଆଁଘାଟ ନିକଟରେ ଥିବା ଦୁଇ ଏକର ଜାଗାରେ ଏକ ବିରାଟ ମଞ୍ଚ ତିଆରି ହେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking