27.1 C
Bhubaneswar
Friday, August 12, 2022
Homeଓଡିଶାଅଂଶୁଘାତରେ ଯୁବକର ମୃତ୍ୟୁ ଅଭିଯୋଗ

ଅଂଶୁଘାତରେ ଯୁବକର ମୃତ୍ୟୁ ଅଭିଯୋଗ

ବାଲେଶ୍ୱର : ଅଂଶୁଘାତରେ ଜଣେ ଯୁବ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ମୃତକର ଶବ ବ୍ୟବଚ୍ଛେଦ ପାଇଁ ନୀଳଗିରି ମେଡିକାଲକୁ ପଠାଯାଇଛି । ସୂଚନା ଅନୁଯାୟୀ, ନୀଳଗିରି ଥାନା ଅଧିନସ୍ଥ ଜାମୁଡ଼ିହା ଗ୍ରାମର ଉପେନ୍ଦ୍ର ବିଶ୍ୱାଳ ର ପୁତ୍ର ଛଚିନ୍ଦ୍ର ବିଶ୍ୱାଳ (୫୦) ଶୁକ୍ରବାର କାମ କରିବାକୁ ଯାଇଥିଲା ।

ଭିଷଣ ଖରା ହୋଇଥିବାରୁ ଉକ୍ତ ଦିନ ୧୦ଟା ସମୟରେ କାମ କରି ଫେରଉଥିବା ବେଳେ ବିଲ ମଝିରେ ଚେତାଶୂନ୍ୟ ଭାବେ ପଡ଼ିଯାଇଥିଲ । ପରିବାର ଲୋକେ ବହୁ ଖୋଜାଖୋଜି କଲାପରେ ମଧ୍ୟ ଛଚିନ୍ଦ୍ରର ସନ୍ଧାନ ପାଇ ନ ଥିଲେ । ଆଜି ଏକ ବିଲରେ ଛଚିନ୍ଦର ମୃତ ଶରୀର ଠାବ କରାଯାଇଥିଲା । ପରିବାର ଲୋକେ ନୀଳଗିରି ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ନୀଳଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking