30.1 C
Bhubaneswar
Sunday, July 3, 2022
Homeଓଡିଶାଦନ୍ତାହାତୀ ନେଲା ଯୁବକଙ୍କ ଜୀବନ

ଦନ୍ତାହାତୀ ନେଲା ଯୁବକଙ୍କ ଜୀବନ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତର ବାରାଗଡ଼ିଆ ଗ୍ରାମର ୰ନନ୍ଦ ସିଂ ଙ୍କ ପୁତ୍ର ଶ୍ୟାମସୁନ୍ଦର ସିଂ (୨୫) ଶୁକ୍ରବାର ଅପରାହ୍ନରେ ନିଜ ଗ୍ରାମ ପାଖ ନକୁଳକର ହାଟକୁ ସଉଦା ପତ୍ର ଆଣିବାକୁ ଯାଇଥିଲେ । ସନ୍ଧ୍ୟା ୭ଘଟିକା ସମୟରେ ପରିବା ସଉଦା କିଣି ସାରି ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ତିନିକୋସିଆ ଜଙ୍ଗଲ ରାସ୍ତା ମଝିରେ ହଠାତ୍ ଏକ କୁଲଡିହା ଅଭୟାରଣ୍ୟର ଦନ୍ତା ହାତୀ ରାସ୍ତାକୁ ବାହାରି ପଡ଼ିବାରୁ ହାତୀ ସହ ସାମାନାସାମନି ହୋଇଥିଲେ ଶ୍ୟାମସୁନ୍ଦର । ହାତୀ ତାର ଶୁଣ୍ଢ ସାହାଯ୍ୟରେ ସାଇକଲ ସହ ଶ୍ୟାମସୁନ୍ଦରକୁ କଚାଡ଼ି ଦେଇଥିଲା । ଏତେ ଜୋରରେ କଚାଡ଼ି ଥିଲା କି ଗୋଡ଼ ହାତ ଖଣ୍ଡବିଖଣ୍ଡିତ ହୋଇ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ଶ୍ୟାମସୁନ୍ଦର ଗତ ରାତିରେ ହାଟରୁ ଘରକୁ ଫେରି ନ ଥିବା ବେଳେ ପରିବାର ଲୋକେ ଚିନ୍ତାର ଥିବା ସହ ତାଙ୍କୁ ଖୋଜୁଥିବା ବେଳେ ଶନିବାର ପୂର୍ବାହ୍ନରେ ଖବର ପାଇ ଘଟଣାସ୍ଥଳରେ ପହଂଚି ଶବକୁ ଚିହ୍ନଟ କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଲୋକାରଣ୍ୟ ଏବଂ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ସୂଚନା ଥାଉକି କୁଲଡିହା ଅଭୟାରଣ୍ୟର ହାତୀ ଖାଦ୍ୟ ଅନ୍ୱେଷଣରେ ବହୁ ସମୟରେ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥାନ୍ତି । ସନ୍ଧ୍ୟା ହେଲେ ଖାଦ୍ୟ ପାଇଁ ବାହାରକୁ ବାହାରିବା ସହ ସଂରକ୍ଷିତ ଜଙ୍ଗଲର ଚାରି ପାଖକୁ ସଂଲଗ୍ନ କରୁଥିବା ଗ୍ରାମବାସୀଙ୍କ ବାଡ଼ିରେ ପସି କ୍ଷୟକ୍ଷତି କରିଥାନ୍ତି । ବହୁବାର ବନବିଭାଗ ଏ ବିଷୟରେ ବନାଞ୍ଚଳ ବାସୀ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଭୟାରଣ୍ୟକୁ ବନବିଭାଗ ହାତୀ ଘଉଡ଼ାଇବାରେ ଦୃଷ୍ଟି ଦେଇ ନ ଥାନ୍ତି । ଆଜିର ଘଟଣାକୁ ନେଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କିଛି ଆକ୍ରୋଶ ଦେଖିବାକୁ ମିଳିଥିଲା । ।ଖବର ପାଇ ନୀଳଗିରି ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking