27.1 C
Bhubaneswar
Friday, June 28, 2024
Homeଅପରାଧନାବାଳିକାକୁ ଅପହରଣ ପରେ ରାତିସାରା ଗଣଦୁଷ୍କର୍ମ

ନାବାଳିକାକୁ ଅପହରଣ ପରେ ରାତିସାରା ଗଣଦୁଷ୍କର୍ମ

ଚଣ୍ଡିଗଡ: ହରିୟାଣାରେ ଲଜ୍ଜା । ଶୋଇଥିବା ବେଳେ ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ । ରାତିସାରା ଦୁଷ୍କର୍ମ କରିବା ପରେ ପୀଡିତାଙ୍କୁ ଛାଡି ଫେରାର୍ ହୋଇଗଲେ ୫ ଦୁର୍ବୃତ୍ତ । ଗୁରୁଗ୍ରାମର ସୋହନା ଅଞ୍ଚଳରୁ ଏଭଳି ପାଶବିତକା ସାମ୍ନାକୁ ଆସିଛି । ସୋହନାରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାକୁ ୫ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି । ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ସମସ୍ତଙ୍କୁ ଧରିବାକୁ ଖୋଜାଖୋଜି ଚଳାଇଛି ।

ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ରାତିରେ ନାବାଳିକା ନିଜ ଛୋଟ ଭାଇ-ଭଉଣୀଙ୍କ ସହ ଘରେ ଶୋଇଥିଲେ । ପରିବାରର ଅନ୍ୟ ସଦସ୍ୟ ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ । ଏହି ସୁଯୋଗରେ ୫ ଦୁର୍ବୃତ୍ତ ଘରେ ପଶିଥିଲେ ଏବଂ ନାବାଳିକାଙ୍କ ମୁହଁକୁ ବନ୍ଦ କରି ଟେକି ନେଇଯାଇଥିଲେ । ରାତି ସାରା ନାବାଳିକା ସହ ଦୁଷ୍କର୍ମ କରିବା ପରେ ସକାଳେ ଫିଙ୍ଗି ଦେଇ ଫେରାର୍ ହୋଇଯାଇଥିଲେ । ପୀଡିତାଙ୍କ ବଡବାପା କହିଛନ୍ତି ଯେ, ସେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଭଉଣୀ ଘରକୁ ଯାଇଥିଲେ । ସେ ବୁଧବାର ସକାଳେ ଫେରିବା ପରେ ସାନଭାଇର ପିଲାଙ୍କୁ ଦେଖିବାକୁ ଘରକୁ ଯାଇଥିଲେ । ହେଲେ ସେତେବେଳେ ନାବାଳିକା ଝିଆରୀ ଘରେ ନଥିଲେ ।

ସେ ବହୁ ଖୋଜାଖୋଜି କରିଥିଲେ ହେଁ କୌଣସି ପତ୍ତା ମିଳିନଥିଲା । ଏହାପରେ ସେ ନମାଜ ପଢୁଥିବା ବେଳେ ଅଭିଯୁକ୍ତମାନେ ନାବାଳିକାକୁ ଆଣି ଘରେ ଦୁଆରେ ଫିଙ୍ଗି ଦେଇ ଚାଲି ଯାଇଥିଲେ । ପୀଡିତାଙ୍କ ଅବସ୍ଥାର ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୀଡିତା କହିଛନ୍ତି, ବାପାମାଆ ବାହାରକୁ ଯାଇଥିଲେ । ମୁଁ ଛୋଟ ଭାଇ-ଭଉଣୀଙ୍କ ସହ ଘରେ ଥିଲି । ରାତିରେ ସମସ୍ତେ ଶୋଇଥିବା ବେଳେ ୪ ଜଣ ଲୋକ ମୁହଁରେ ମାସ୍କ ପିନ୍ଧି ମୋତେ ଉଠାଇ ନେଇଥିଲେ । ସେମାନେ ନିଜ ଘରକୁ ନେଇ ମୋ ସହିତ ଦୁଷ୍କର୍ମ କରିଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ କରିଛି । ଦୁଷ୍କର୍ମ କରିଥିବା ୫ ଜଣ ଅଭିଯୁକ୍ତ ଫେରାର୍ ଥିବାବେଳେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking