29.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶଘରର ସ୍ଲାବ ଖସି ୩ ମୃତ

ଘରର ସ୍ଲାବ ଖସି ୩ ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁମ୍ବାଇର ଥାନେ ନିକଟସ୍ଥ କଲ୍ୟାଣ ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଗୋଟିଏ ବିଲ୍ଡିଂ ଛାତ ଭୁଶୁଡ଼ି ୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସି.ଏଚ୍‌. ନୂଆଗାଁ ଗ୍ରାମର ୩ ଜଣ ମହିଳା ରହିଛନ୍ତି। ଏହି ମୃତକମାନେ ମା’ ପ୍ରମିଳା ସାହୁ  ଓ ଦୁଇ ଝିଅ ସୁନୀତା ସାହୁ  ଏବଂ ସୁଜାତା ପାଢ଼ୀ ଅଟନ୍ତି। ସୁଜାତାଙ୍କ ଶାଶୁଘର ହିଞ୍ଜିଳି ହୋଇଥିବା ବେଳେ ସୁନୀତାଙ୍କ ଶାଶୁଘର ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମରେ। ଏମାନେ ପେଟପୋଷିବା ଲାଗି ପରିବାର ସହ ମୁମ୍ବାଇ ଯାଇ ସେଠାରେ କାମ କରି ବଞ୍ଚୁଥଲେ। ହେଲେ ଦୁଇଝିଅଙ୍କୁ ଦେଖିବା ଲାଗି ମା’ ପ୍ରମିଳା ସେଠାକୁ ଯାଇଥିଲେ। ଏହି ସମୟରେ ମଙ୍ଗଳବାର ମଧ୍ୟାହ୍ନରେ ଝିଅ ରହୁଥିବାର ଘରେ ବସି କଥାବାର୍ତ୍ତା ହେଇଥିବାବେଳେ ଅଚାନକ ଭାବରେ ଘରର ସ୍ଲାବ୍‌ ଭୁଶୁଡ଼ି ପଡ଼ିଥିଲା l ଫଳରେ ଛାତ ତଳେ ଚାପିହୋଇ ମା’ ଓ ଦୁଇ ଝିଅଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସିଏଚ୍‌ ନୂଆଗାଁ ଶୋକର ଛାୟା ଖେଳିଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking