30.1 C
Bhubaneswar
Sunday, May 19, 2024
Homeମନୋରଞ୍ଜନନିଜର ପ୍ରଥମ ହଲିଉଡ଼ ଫିଲ୍ମରେ ଏହି ଭୂମିକାରେ ନଜର ଆସିବେ ଆଲିଆ.....

ନିଜର ପ୍ରଥମ ହଲିଉଡ଼ ଫିଲ୍ମରେ ଏହି ଭୂମିକାରେ ନଜର ଆସିବେ ଆଲିଆ…..

ମୁମ୍ବାଇ: ନିକଟରେ ହଲିଉଡ଼ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ର ଟ୍ରେଲର ରିଲିଜ ହୋଇଛି। ଏହା ଆଲିଆ ଭଟ୍ଟଙ୍କ ହଲିଉଡ଼ ଡେବ୍ୟୁ ଫିଲ୍ମ ହୋଇଥିବାରୁ ଟିଜରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଚଳଚ୍ଚିତ୍ରରେ ଗାଲ୍ ଗାଡୋଟ୍ ଓ ଜେନି ଡର୍ନାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଗାଲ୍ ଗାଡୋଟ୍ ଟ୍ରେଲରେ ଜବରଦସ୍ତ ଆକ୍ସନ୍ ଓ ବିପଜ୍ଜନକ ଷ୍ଟଣ୍ଟ୍ କରୁଥିବା ଦେଖିବାକୁ ମିଳିଛି ।

ଏହି ଟ୍ରେଲର ଦେଖିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର ପ୍ରଥମ ହଲିଉଡ଼ ଫିଲ୍ମରେ ଭିଲେନ୍ ଭୂମିକାରେ ନଜର ଆସିବେ । ନିଜର ଦମଦାର ଅଭିନୟ ସହ ସେ ଅନ୍ୟ ହଲିଉଡ଼ କଳାକାରଙ୍କୁ ଟକ୍କର ଦେଉଥିବା ଦେଖିବାକୁ ମିଳିଛି । ଏହି ଟ୍ରେଲର ସେୟାର କରି, ଆଲିଆ ଲେଖିଛନ୍ତି, ‘ହାର୍ଟ ଅଫ୍ ଷ୍ଟୋନ୍’, ୧୧ ଅଗଷ୍ଟ @netflix @netflixindia ।

ହାର୍ଟ ଅଫ୍ ଷ୍ଟୋନ’ର ଦେଖିବା ପରେ ଦର୍ଶକ ଅଭିନେତ୍ରୀଙ୍କ ଅଭିନୟକୁ ବେଶ ପ୍ରଶଂସା କରିଛନ୍ତି। ପ୍ରକାଶ ଥାଉ କି, ଫିଲ୍ମଫେୟାର ଏକ ସାକ୍ଷାତକାର ସମୟରେ ଆଲିଆ, ‘ହାର୍ଟ ଅଫ୍ ଷ୍ଟୋନ’ ଟିମ୍ କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ସେ ବହୁତ ବନ୍ଧୁତ୍ୱପୂର୍ଣ୍ଣ ଓ କୃତଜ୍ଞ ଅନୁଭବ କରୁଛନ୍ତି। ହଲିଉଡ଼ରେ କାମ କରିବା ତାଙ୍କ ଲାଗି ଅତ୍ୟନ୍ତ ସ୍ୱତନ୍ତ୍ର ଅନୂଭୁତି ଥିଲା । ସେଠାରେ ଥିବା ପୁରା ଟିମ୍ ସହ ଆକ୍ସନ୍ ଫିଲ୍ମର ସୁଟିଂ ସମୟରେ ବହୁତ ଆରାମଦାୟକ ଅନୁଭବ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking