17.1 C
Bhubaneswar
Thursday, January 16, 2025
Homeଓଡିଶାଶ୍ରୀ ଅଲାରନାଥଙ୍କ ଚନ୍ଦନ ଯାତ୍ରା ପ୍ରସ୍ତୁତି ଆରମ୍ଭ

ଶ୍ରୀ ଅଲାରନାଥଙ୍କ ଚନ୍ଦନ ଯାତ୍ରା ପ୍ରସ୍ତୁତି ଆରମ୍ଭ

ପୁରୀ: ଶ୍ରୀ ଅଲାରନାଥଙ୍କ ଚନ୍ଦନ ଯାତ୍ରାକୁ ନେଇ ଜୋର ସୋରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଗତ ଦୁଇ ବର୍ଷ ହେବ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମନ୍ଦିର ପରିସର ମଧ୍ୟରେ ଚନ୍ଦନ ଯାତ୍ରା କରାଯାଉଥିଲା । କିନ୍ତୁ ଏବେ ଚନ୍ଦନ ପୋଖରୀରେ ରହିଥିବା ନନ୍ଦା ଓ ଭଦ୍ରା ଡଙ୍ଗା ଦୁଇଟିକୁ ଉପରକୁ କଢା ଯାଇଛି । ଏହାକୁ ରଙ୍ଗ କାର୍ଯ୍ୟ କରାଯିବା ସହ ମରାମତି କରାଯିବ ବୋଲି ଜଣେ ବରିଷ୍ଠ ସେବାୟତ ସୂଚନା ଦେଇଛନ୍ତି ।

ତେବେ ଆସନ୍ତା ମେ ୩ରେ ଅକ୍ଷୟ ତୃତୀୟା ତିଥି ପଡୁଥିବାରୁ ସେହିଦିନ ଚନ୍ଦନଯାତ୍ରା ଆରମ୍ଭ କରାଯିବ । ଏହି ଯାତ୍ରା ୨୧ଦିନ ଧରି ଚାଲିବ। ମନ୍ଦିର ବେଢ଼ା ମଧ୍ୟରୁ ସୁସଜ୍ଜିତ ପାଲିଙ୍କିରେ ମଦନ ମୋହନ, ଲକ୍ଷ୍ମୀ, ସରସ୍ୱତୀ ଓ ରାମକୃଷ୍ଣଙ୍କୁ ଚନ୍ଦନ ପୋଖରୀକୁ ନିଆଯାଇଥାଏ । ସେଠାରେ ଅପେକ୍ଷା ରତ ନନ୍ଦା ଓ ଭଦ୍ରା ଡଙ୍ଗାରେ ଚନ୍ଦନ ପୋଖରୀରେ ୨୧ ଘେରା ଚାପ ଖେଳିଥାନ୍ତି ଠାକୁରେ । ଏହାକୁ ଦେଖିବା ପାଇଁ ଦୈନନ୍ଦିନ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏହା ଶ୍ରୀଜୀଉଙ୍କ ଗୀଷ୍ମାବକାଶରେ ଜଳକ୍ରୀଡା ବୋଲି କୁହାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking