ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମୈନପୁରୀର କରହଲ ଆସନରୁ ନିର୍ବାଚନ ଲଢିବେ । ଆଜି ଅନୁଷ୍ଠିତ ଏକ ଦଳୀୟ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି । ଯେଉଁ ସିଟରୁ ଅଖିଳେଶ ନିର୍ବାଚନ ଲଢିବାକୁ ଯାଉଛନ୍ତି ତାହା ସମାଜବାଦୀ ଦଳର ସବୁଠୁ ସୁରକ୍ଷିତ ଆସନ ବୋଲି ମନେ କରାଯାଇଥାଏ ।
ସପା ପ୍ରତିଷ୍ଠିତା ମୁଲାୟମ ସିଂହ ଯାଦବ ଲୋକସଭାରେ ସେହି ଆସନକୁ ପ୍ରତିନିଧିତ୍ୱ କରୁଥିଲେ । ୨୦୦୨ରୁ ସେଠାରେ ସପା ପରାଜୟ ମୁହଁ ଦେଖି ନାହିଁ । ଏହା ପୂର୍ବରୁ ଅଖିଳେଶ ଯାଦବ ଆଜମଗଡରୁ ବିଧାନସଭା ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା