27.1 C
Bhubaneswar
Saturday, July 20, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଲୋକେ କୁହନ୍ତି ଖୁସି ବାଣ୍ଟିଲେ ସରେ ନାହିଁ ବରଂ ବଢିଥାଏ, କିନ୍ତୁ ଆଜିର ଦୁନିଆରେ ଖୁସି ବାଣ୍ଟିଲେ ଶତ୍ରୁତା ମିଳିଥାଏ ।

କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ , ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ ।

ଯେଉଁ ପୁରୁଷ ଶରୀର ରକ୍ଷା ପାଇଁ ଯୋଗ ସାଧନା କରନ୍ତି ସେମାନେ ଯୋଗୀ ନୁହଁନ୍ତି ସେମାନେ ଭୋଗୀ, ମାତ୍ର ଯିଏ କେବଳ ବ୍ରାହ୍ମୀସ୍ଥିତିକୁ ପ୍ରାପ୍ତ କରନ୍ତି ସେ ହିଁ ବାସ୍ତବ ଯୋଗୀ ।

ପ୍ରତ୍ୟେକ ଦିନକୁ ଜୀବନର ପ୍ରଥମ ଦିନ ମନେକରି ସୁ କାର୍ଯ୍ୟ ର ଶୁଭାରମ୍ଭ କର……….
“ଏବଂ ”
ପ୍ରତ୍ୟେକ ଦିନକୁ ଜୀବନର ଅନ୍ତିମ ଦିନ ମନେକରି କୁ କାର୍ଯ୍ୟ ରୁ ନିବୃତ ରୁହ………..।

ଆଜି କାଲିର ସମ୍ପର୍କ Service ପରି ହୋଇଗଲାଣି,
ଭଲ Offer ମିଳିଗଲେ ଲୋକେ ପୁରୁଣାକୁ ଭୁଲି ଯାଉଛନ୍ତି ।

ନାମ ଓ ଠିକଣା ମଣିଷକୁ ପରିଚିତ କରାଇଥାଏ କିନ୍ତୁ ନିଜର ଚାହାଣି,ଚଳଣି ଓ ଚମକ ଆଧାରରେ ମଣିଷ ପ୍ରତିଷ୍ଠିତ ହୋଇଥାଏ।
ସନ୍ଦେହ ସବୁବେଳେ Problem ତିଆରି କରିଥାଏ କିନ୍ତୁ ବିଶ୍ବାସ ସବୁ Problem ର Solution କରିଥାଏ।
ଜୀବନ ଥିଲେ ଜଞ୍ଜାଳ ଅଛି,କଷ୍ଟ ଅଛି,ଦୁଃଖ ବି ଅଛି କିନ୍ତୁ ଜୀବନରେ କେବେ ହାର୍ ମାନନ୍ତୁ ନାହିଁ,ଜୀବନକୁ ସଂଘର୍ଷ କରି ବଞ୍ଚିବା ଶିଖନ୍ତୁ ଏବଂ ଆଗକୁ ବଢନ୍ତୁ।
ବେଶି ଚିନ୍ତା କରିବେ ନାହିଁ,ଭଗବାନ ଜାଣନ୍ତି ଆପଣ କଣ ଚାହାଁନ୍ତି,ଏବଂ ଆପଣଙ୍କ ମନ କଣ ଚାହେଁ।ଧର୍ଯ୍ୟ ଧରି ଭଗବାନଙ୍କୁ ସାହାଯ୍ୟ ମାଗିଲେ ନିଶ୍ଚୟ ସଫଳ ହେବେ।*.

ଯିଏ ସମ୍ମାନ ମିଳିଲେ ବି ଗର୍ବ କରେନାହିଁ….

ଯିଏ ଅପମାନିତ ହେଲାପରେ ବି ରାଗେନାହିଁ….

ଏବଂ ରାଗିଯାଇ ବାଧିଲା ଭଳି କଥା କହେ ନାହିଁ….

ବାସ୍ତବରେ ସେ ହିଁ ମହାନ ହୋଇଥାଏ….
ଜୟ ଜଗନ୍ନାଥ

ଅଦ୍ୟ ଜୁନ୍ ମାସ ୨୫ ତାରିଖ ୨୦୨୪ ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଆଷାଢ଼ ମାସ- କୃଷ୍ଣପକ୍ଷ
ତିଥି- ଚତୁର୍ଥୀ ରାତ୍ରି ଘ ୧୧/୧୭ ଗତେ ପଞ୍ଚମୀ
ନକ୍ଷତ୍ର- ଶ୍ରବଣ। ଷାଢ଼ା ଦିବା ଘ ୦୩/୧୪ ଗତେ ଧନିଷ୍ଟା
ଚନ୍ଦ୍ର- ମକର ରାତ୍ରି ଘ ୦୨/୩୨ ଗତେ କୁମ୍ଭ
ଯୋଗ- ବୈଧୃତି
କରଣ – ବବ
ସୌରମାସ- ମିଥୁନ ୧୧ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୫୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୦୯
*✧═════•❁❀
ଯୋଗିନୀ ନୈରୁତେ ରାତ୍ରି ଘ ୧୧/୧୭ ଗତେ ଦକ୍ଷିଣେ
ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ସିଂହ ରାଶିର ଘାତଚନ୍ଦ୍ର
ମକର ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୨/୨୬ ଗତେ ଘ୦୩/୦୭ ମଧ୍ୟେ
ବାରବେଳା – ଦିବା ଘ୦୬/୫୨ ଗତେ ଘ୦୮/୩୧ ମଧ୍ୟେ
ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୧ ମଧ୍ୟେ ଓ ଘ୦୯/୧୫ ଗତେ ଘ୧୧/୩୯ ମଧ୍ୟେ ଓ ଘ୦୩/୦୮ ଗତେ ଘ୦୩/୩୯ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୪୦ଗତେ ଘ୦୪/୨୬ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ମୂଳା ଭକ୍ଷଣ ନିଷେଧ
═✧══•❁❀❁•═════✧

ଆଜିର ରାଶିଫଳ

ମେଷ
ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।*

✧═════•❁❀❁•═════✧
ବୃଷ
ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।*

✧═════•❁❀❁•═════✧
ମିଥୁନ
ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।*

✧═════•❁❀❁•═════✧
କର୍କଟ
ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।*

✧═════•❁❀❁•═════✧
ସିଂହ
ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।*
✧═════•❁❀❁•═════✧

କନ୍ୟା
ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।*

✧═════•❁❀❁•═════✧
ତୁଳା
ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।*

✧═════•❁❀❁•═════✧
ବିଛା
ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।*

✧═════•❁❀❁•═════✧
ଧନୁ
ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।*

✧═════•❁❀❁•═════✧
ମକର
ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।*
✧═════•❁❀❁•═════✧
କୁମ୍ଭ
ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

✧═════•❁❀❁•═════✧
ମୀନ
ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking