27.1 C
Bhubaneswar
Wednesday, June 26, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଏଇ ସ୍ଵାର୍ଥପର ଦୁନିଆଁରେ ସବୁ
ଦେଖନ୍ତି ନିଜର ସ୍ବାର୍ଥ,
ସରିଗଲେ ସ୍ବାର୍ଥ ରକ୍ତ ସମ୍ପର୍କ ବି
ହୋଇଯାଏ ଏଠି ତୁଚ୍ଛ ।

ଏ ସଂସାରରେ କିଛି ଭାଙ୍ଗୁ କି ନ ଭାଙ୍ଗୁ କିନ୍ତୁ ସମସ୍ତଙ୍କ ଅହଙ୍କାର ଦିନେ ନା ଦିନେ ଭାଙ୍ଗେ ।

ଵଡ଼ ଭାଇର ସ୍ଥାନ ପିତା ମାତାଙ୍କ ପରି ହୋଇଥାଏ, ସର୍ବଦା ନିଜ ଗୁରୁଜନଙ୍କୁ ସମ୍ମାନ କରନ୍ତୁ, ଆଶୀର୍ବାଦ ଦୁନିଆଁ ନୁହେଁ ଭଗବାନ ହିଁ ଦେବେ ।

ଦର ଓ ସମୟ ମଧ୍ୟରେ ଏକ Equation ରହିଥାଏ, ଯାହାକୁ ତୁମେ ଆଦର କର ସେ ତୁମକୁ ସମୟ ଦେଇ ପାରେନାହିଁ ଏବଂ ଯାହାକୁ ତୁମେ ସମୟ ଦିଅ ସେ ତୁମକୁ ଆଦର କରେ ନାହିଁ । .
*ନା ଅସ୍ତ୍ର ଦ୍ବାରା ମିଳିଥାଏ ନା ଅଧିକାର ଦ୍ବାରା ମିଳିଥାଏ, ହ୍ରୁଦୟରେ ସ୍ଥାନ କେବଳ ଆପଣଙ୍କ ବ୍ଯବହାର ଦ୍ବାରା ମିଳିଥାଏ…

ଅଦ୍ୟ ମଇ ମାସ ୨୭ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଜ୍ୟେଷ୍ଠ ମାସ- କୃଷ୍ଣପକ୍ଷ
ତିଥି- ଚତୁର୍ଥୀ ଅପରାହ୍ନ ଘ୦୪/୫୪ ଗତେ ପଞ୍ଚମୀ
ନକ୍ଷତ୍ର- ପୁର୍ବା ଷାଢ଼ା ଦିବା ଘ୧୦/୫୧ ଗତେ ଉତ୍ତରା ଷାଢ଼ା
ଚନ୍ଦ୍ର-ଧନୁ ଦିବା ଘ୦୪/୪୨ ଗତେ ମକର
ଯୋଗ- ଶୁଭ
କରଣ – ବବ
ସୌରମାସ- ବୃଷ ୧୪ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୨୧
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୫୭
*✧═════•❁❀
ଯୋଗିନୀ ନୈରୁତେ ଅପରାହ୍ନ ଘ୦୪/୫୪ ଗତେ ଦକ୍ଷିଣେ
ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ସିଂହ ରାଶିର ଘାତଚନ୍ଦ୍ର
ମିଥୁନ ରାଶି ର ଘାତବାର
ଅଦ୍ୟ ମୃତେ ଦିବା ଘ ୧୦/୫୦ ଗତେ ଏକପାଦ ପୁଷ୍କରଦୋଷ
✧═════•❁❀❁•═══
କାଳବେଳା -ଦିବା ଘ୦୬/୪୮ ଗତେ ଘ୦୮/୨୭ ମଧ୍ୟେ
ବାରବେଳା – ଦିବା ଘ୦୩/୦୦ ଗତେ ଘ୦୪/୩୮ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୨୮ ଗତେ ଘ୦୯/୫୮ ମଧ୍ୟେ ଓ ରାତ୍ରି ଘ୦୯/୨୮ ଗତେ ଘ୧୨/୪୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୪/୪୦ ଗତେ ଘ୦୫/୧୦ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ମୂଳା ଅପରାହ୍ନ ଘ୦୪/୫୪ ଗତେ ବେଲ ଭକ୍ଷଣ ନିଷେଧ

✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
*ମେଷ
:ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ।*
✧═════•❁❀❁•═════✧
ବୃଷ
ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।*
✧═════•❁❀❁•═════✧
ମିଥୁନ
ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।*
✧═════•❁❀❁•═════✧
କର୍କଟ
ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।*
✧═════•❁❀❁•═════✧
ସି˚ହ
ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।*
✧═════•❁❀❁•═════✧
କନ୍ୟା
ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।*
✧═════•❁❀❁•═════✧
ତୁଳା
ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।*
✧═════•❁❀❁•═════✧
ବିଛା
ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।*
✧═════•❁❀❁•═════✧
ଧନୁ
ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।*
✧═════•❁❀❁•═════✧
ମକର
ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।*
✧═════•❁❀❁•═════✧
କୁମ୍ଭ
ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।*
✧═════•❁❀❁•═════✧
ମୀନ:
ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking