ଭୁବନେଶ୍ୱର : ଭୁବନେଶ୍ୱରରୁ ମହିଳାଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାସ୍ । ଭାଇଠାରୁ ୧ କୋଟି ଟଙ୍କା ଝଡେଇବାକୁ କରାଯାଇଥିଲା ଏଭଳି ନାଟକ । ଅପହରଣ ନାଟକରେ ସଂପୃକ୍ତ ମହିଳା ଓ ତାଙ୍କ ବନ୍ଧୁ ସାମିଲ ଥିଲେ । ସଂପୃକ୍ତ ମହିଳାଙ୍କୁ ଉଦ୍ଧାର ସହ ସଂପୃକ୍ତ ଅନ୍ୟ ୨ ଜଣଙ୍କୁ ଧରିଲା ପୋଲିସ । ପ୍ରେସମିଟରେ ପୋଲିସ କମିଶନର ସଂଜୀବ ପଣ୍ଡାଙ୍କ ବିସ୍ତୁତ ସୂଚନା । ସଂପୃକ୍ତ ମହିଳା ସ୍ୱାମୀ ପରିତ୍ୟକ୍ତା, ବାପାମାଙ୍କ ସହ ରହନ୍ତି । ଭାଇଠାରୁ ୧ କୋଟି ଝଡାଇବାକୁ ରାଜସ୍ଥାନର ଇନ୍ଷ୍ଟାଗ୍ରାମ ବନ୍ଧୁ ସହ ପ୍ଲାନ୍ କରିଥିଲେ । ଯୋଜନା ମୁତାବକ ଅପହରଣ ନାଟକ କରି ଭାଇଠାରୁ ୧୨ ଲକ୍ଷ ଝଡାଇଥିଲେ । ସମସ୍ତଙ୍କୁ ନୟାଗଡରୁ ଧରି ପର୍ଦ୍ଦାଫାସ ସହ ୧୨ ଲକ୍ଷ ଟଙ୍କା ଜବତ କଲା ପୋଲିସ ।