🦋”ବୟସ ବଢିବା ସହ ଆମ ହାତରୁ ପେନସିଲ୍ ଛଡେଇ ପେନ୍ ଧରେଇ ଦିଅନ୍ତି ।କାରଣ ଏହା ବୁଝେଇ ଦେବାକୁ — ଏବେ ଭୁଲ୍ କଲେ ଆଉ ଲିଭେଇ ହେବନାହିଁ !!”
🦋”ସମସ୍ତଙ୍କ ଠାରୁ ସବୁ ଜିନିଷ କେବେ ଆଶା କରିବା ଉଚିତ୍ ନୁହେଁ ,କାହିଁକି ନା ଲୋକ ଏଠି ମୁହଁରେ ଗୋଟେ କଥା କୁହନ୍ତି କିନ୍ତୁ ମନରେ ଆଉ ଗୋଟିଏ କଥା ରଖିଥାନ୍ତି !!’
🦋”ଜୀବନରେ ଦୁଇ ପ୍ରକାର ବନ୍ଧୁ ଆବଶ୍ୟକ “ଜଣେ କୃଷ୍ଣ ” ଯେ ଲଢିଲେ ତ ନାହିଁ ହେଲେ ବନ୍ଧୁଙ୍କୁ ଜିତେଇଦେଲେ, “ଆଉ ଜଣେ କର୍ଣ୍ଣ ” ଯେ ହାରିଗଲେ ପଛକେ ଶେଷ ପର୍ଯ୍ୟନ୍ତ ବନ୍ଧୁଙ୍କୁ ଛାଡିଗଲେ ନାହିଁ !!”
🦋”ସମ୍ପର୍କ କେବେ ବି ଦୂରତ୍ବରେ ଶେଷ ହୁଏ ନା,ସମ୍ପର୍କ ଶେଷ ହୁଏ କେବଳ ଅହଙ୍କାର,ଅସମ୍ମାନ,ସ୍ୱାର୍ଥପରତା ଏବଂ ବିଶ୍ବାସ ଘାତକ ଦ୍ଵାରା !!”
🦋”ଜନ୍ମରୁ କେହି କାହାର ମିତ୍ର ବା ଶତ୍ରୁ ନୁହେଁ;ବ୍ଯବହାରରେ ମିତ୍ରତା ଓ ଶତ୍ରୁତା ସୃଷ୍ଟି ହୋଇଥାଏ !!”
🦋”ନିଜର ଖୁସି ପାଇଁ କେବେ କାହା ସହିତ Time pass କରନ୍ତୁ ନାହିଁ,କାରଣ ତୁମର Time pass ସିନା ପୂରଣ ହୋଇଯିବ,ହେଲେ କେହି ଜଣେ ସବୁଦିନ ପାଇଁ ହସିବା ଭୁଲିଯିବ ”
ଅଦ୍ୟ ଅଗଷ୍ଟ ମାସ ୦୪ ତାରିଖ ୨୦୨୨ ମସିହା(ଗୁରୁବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୨୯
ସମ୍ବତ୍ସର-ଅନଳ
ଶ୍ରାବଣ-ଶୁକ୍ଳପକ୍ଷ
ତିଥି- ଷଷ୍ଠୀ ପ୍ରାତଃ ଘ୦୫/୩୮ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ
ନକ୍ଷତ୍ର- ହସ୍ତା ରାତ୍ରି ଘ୦୭/୩୨ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରା
ଚନ୍ଦ୍ର- କନ୍ୟା ଦିବା ଘ୦୭/୧୮ ପର୍ଯ୍ୟନ୍ତ ତଦନ୍ତେ ତୁଳା
ଯୋଗ- ସାଧ୍ୟ
କରଣ – ତୈତିଳ
ସୌରମାସ- କର୍କଟ ୧୯ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୭/୫୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୫୦
*✧═════•❁❀
ଯୋଗିନୀ ଐଶାନ୍ୟେ
ତୁଳା ଓ କୁମ୍ଭ ରାଶିର ଘାତବାର
ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ ୦୩/୦୪ ଗତେ ଘ୦୬/୧୭ ମଧ୍ୟେ
══•❁❀❁•═══
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୧/୩୦ ଗତେ ଘ୦୩/୦୨ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୭/୦୪ ମଧ୍ୟେ ଓ ଘ୧୦/୧୬ ଗତେ ଘ୧୨/୪୦ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ତାଳ ଭକ୍ଷଣ ନିଷେଧ
🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹ମେଷ🌹👉 : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
✧═════•❁❀❁•═════✧
🌹ବୃଷ 🌹👉: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
✧═════•❁❀❁•═════✧
🌹ମିଥୁନ🌹👉 : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
✧═════•❁❀❁•═════✧
🌹କର୍କଟ🌹👉 : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
✧═════•❁❀❁•═════✧
🌹ସିଂହ 🌹👉: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
✧═════•❁❀❁•═════✧
🌹କନ୍ୟା 🌹👉: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।
✧═════•❁❀❁•═════✧
🌹ତୁଳା🌹👉: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
✧═════•❁❀❁•═════✧
🌹ବିଛା🌹👉 : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
✧═════•❁❀❁•═════✧
🌹ଧନୁ 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
✧═════•❁❀❁•═════✧
🌹ମକର 🌹👉: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।
✧═════•❁❀❁•═════✧
🌹କୁମ୍ଭ🌹👉 : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।
✧═════•❁❀❁•═════✧
🌹ମୀନ🌹👉 : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।