ଯିଏ ଭୁଲ କରନ୍ତି ନାହିଁ ସେ ଭଗବାନ , ଯିଏ ଭୁଲ କଲା ପରେ ସଂଶୋଧନ କରି ନିଅନ୍ତି ସେ ମଣିଷ ,ଯିଏ ଭୁଲ କଲାପରେ ନିଜ ଭୁଲ ସ୍ବୀକାର ନ କରନ୍ତି ସେ ଅମଣିଷ ଓ କୁସଂସ୍କାରୀ ll
ଘଡି ଖରାପ ହେଲେ ସୁଧାରିବାକୁ ବହୁତ ଲୋକ ମିଳିଯିବେ କିନ୍ତୁ ସମୟକୁ ବଦଳାଇବା କେବଳ ନିଜ ଦ୍ୱାରା ହିଁ ସମ୍ଭବ.. ନିଜକୁ ତୁଚ୍ଛ ମନେକର ନାହିଁ, ଆଜି ଯିଏ ଆମର ନିନ୍ଦା କରୁଛି କାଲିକି ଆମର ସିଏ ସ୍ତୁତି କରିବ। ଜୀବ ଯେପରି ଶୁଭ ବା ଅଶୁଭ କର୍ମ କରେ, ସେ ତାର ସେହିଭଳି ଫଳ ପାଇଥାଏ ll
ସୁଷ୍ଟିର ନିୟମ ଅଛି ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ବେଶି ହେବ, ତାହା ଧନ ହୋଇ କିମ୍ବା ଭୋଜନ, ସମ୍ମାନ ହେଉ କିମ୍ବା ଅପମାନ କିମ୍ବା ଘୃଣା କିମ୍ବା ଅପମାନ ll
ପ୍ରକୃତ ବନ୍ଧୁତା ଜଳ ପରି ଅଟେ ତାହାର କୌଣସି ରଙ୍ଗ ,ରୂପ ଓ ଆକାର ନ ଥାଏ କିନ୍ତୁ ଏହାର ଗୁରୁତ୍ବପୂର୍ଣ୍ଣ ଜଳପରି ଜୀବନରେ ହୋଇଥାଏ ll
ସବୁବେଳେ ମନେରଖିବ ଯେ ପର୍ଯ୍ୟନ୍ତ ଆପଣ ଲୋକଙ୍କ କାମରେ ଆସୁଥିବେ ସେ ପର୍ଯ୍ୟନ୍ତ ଲୋକ ଆପଣଙ୍କୁ ଚିହ୍ନିଥିବେ କାରଣ ମନେରହେ ଯେପରି ଦୀପ ଜଳିଲାପରେ ଦିଆସିଲି କାଠିକୁ ପିଙ୍ଗିଦିଆଯାଏ ll
ଅନେକ ଗୁଡିଏ ଦୁଃଖ ଓ ସୁଖକୁ ନେଇ ଗୋଟିଏ ସରଳ ହୃଦୟ ଜନ୍ମ ହୋଇଥାଏ ,ହେଲେ କିଛି ଭରଷା ଆଉ ବିଶ୍ବାସକୁ ନେଇ ଗୋଟିଏ ନିଷ୍ଟାପର ସମ୍ପର୍କ ସୁଷ୍ଟି ହୋଇଥାଏ ଯାହାକୁ ମଣିଷ ନିଜର ସ୍ବାର୍ଥ ପୂରଣ ପାଇଁ ଭାଙ୍ଗିଦିଏ ll
ଜୀବନରେ ଏମିତି ଲୋକଙ୍କ ସହିତ ବନ୍ଧୁତା ରଖ ଯିଏ ତୁମ ସାଥିରେ ଦର୍ପଣ ଓ ଛାଇ ପରି ରହିବ ,କାରଣ ଦର୍ପଣ କେବେ ମିଛ କୁହେନି କି ଛାଇ କେବେ ଛାଡିକି ଯାଏନି ll
ଆଜିର ଏ ଦୁନିଆଁରେ ରାଣ ନିୟମ ସବୁ ମିଛ ହୋଇଥାଏ, କାରଣ ସେ ହିଁ ସବୁଠୁ ଅଧିକ ରାଣ ଖାଇଥାଏ ଯିଏ ସବୁଠୁ ଅଧିକ ମିଛ କହିଥାଏ..।
ସଫଳତା ପାଇବାକୁ ହେଲେ ସବୁବେଳେ ଏକା ଆଗକୁ ବଢ଼ିବାକୁ ହୁଏ,ସଫଳ ହେଲା ପରେ ଲୋକେ ଆପେ ଆପେ ତୁମ ପଛରେ ଆସିବେ।
ଯେଉଠି ଚେଷ୍ଟାର ଉଚ୍ଚତା ଅଧିକ ଥାଏ ସେଇଠି ଭାଗ୍ୟ ନଇଁବାକୁ ବାଧ୍ୟ ହୋଇଥାଏ। ଚେଷ୍ଟାଜାରି ରଖିଲେ ଦିନେ ନା ଦିନେ ଭାଗ୍ୟ ନିଶ୍ଚୟ ବଦଳିଯିବ।*
ସୁଖ ହେଉଛିି ଏକ ଅନୁଭବ ଯାହାକୁ ସମସ୍ତେ ଖୋଜନ୍ତି,ଦୁଃଖ ହେଉଛି ଏକ ଅନୁଭୂତି ଯାହା ସମସ୍ତଙ୍କ ପାଖରେ ଅଛି।
ଅଦ୍ୟ ଫେବୃଆରୀ ମାସ ୦୨ ତାରିଖ ୨୦୨୫ ମସିହା (ରବିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାଘମାସ- ଶୁକ୍ଳପକ୍ଷ
ତିଥି- ଚତୁର୍ଥୀ ଦିବା ଘ ୦୯/୨୫ ଗତେ ପଞ୍ଚମୀ
ନକ୍ଷତ୍ର- ଉତ୍ତରାଭାଦ୍ର ରାତ୍ରି ଘ ୦୨/୨୨ ଗତେ ରେବତୀ
ଚନ୍ଦ୍ର – ମୀନ
ଯୋଗ- ଶିବ
କରଣ – ଵିଷ୍ଟି
ସୌରମାସ- ମକର ୨୦ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୫୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୨୨
*✧═════•❁❀
ଯୋଗିନୀ ନୈରୁତେ ଦିବା ଘ୦୯/୨୫ ଗତେ ଦକ୍ଷିଣେ
ପଞ୍ଚମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ଧନୁ ରାଶିର ଘାତଚନ୍ଦ୍ର
ମେଷ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୧୦/୩୫ ଗତେ ଘ୦୧/୨୪ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୧ ଗତେ ଘ୧୦/୨୩ ମଧ୍ୟେ ଓ ରାତ୍ରି ଘ୦୭/୧୩ ଗତେ ଘ୦୮/୫୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୧୧ ମଧ୍ୟେ ଓ ଘ୦୧/୩୫ ଗତେ ଘ୦୨/୨୪ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ମୂଳା ଦିବା ଘ୦୯/୨୫ ଗତେ ବେଲ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।*
✧═════•❁❀❁•═════
ବୃଷ
: ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।*
✧═════•❁❀❁•═════
ମିଥୁନ
: ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।*
✧═════•❁❀❁•═════
କର୍କଟ:
ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।*
✧═════•❁❀❁•═════
ସିଂହ
: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।*
✧═════•❁❀❁•═════
କନ୍ୟା
: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।*
✧═════•❁❀❁•═════
ତୁଳା
: ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।*
✧═════•❁❀❁•═════
ବିଛା
: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।*
✧═════•❁❀❁•═════
ଧନୁ
: ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।*
✧═════•❁❀❁•═════
ମକର
: ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।*
✧═════•❁❀❁•═════
କୁମ୍ଭ : ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।*
✧═════•❁❀❁•═════
ମୀନ
: ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।