39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପ୍ରାଚୀନ କଳାକୃତିରେ ଅଜନ୍ତା ଗୁମ୍ଫା

ପ୍ରାଚୀନ କଳାକୃତିରେ ଅଜନ୍ତା ଗୁମ୍ଫା

ମହାରାଷ୍ଟ୍ର: ଭରତ ହେଉଛି କଳା, ସାହିତ୍ୟ, ସଂସ୍କୃତି, ଐତିହ ଏବଂ ପ୍ରାଚୀନ କଳାକୃତିରେ ପରିପୂର୍ଣ୍ଣ ଦେଶ । ଏଠାରେ ଲୁଚି ରହିଛି ଅନେକ ପ୍ରାଚୀନ ଐତିହାସିକ ତଥ୍ୟ । ଯାହାକି ଅନେକ ପର୍ଯ୍ୟଟଙ୍କୁ ଆକୃଷ୍ଟ କରିଥାଏ । ସେଥିପାଇଁ ତ କାଇଁ କେତେ ଦୂରରୁ ପର୍ଯ୍ୟଟକମାନେ ଭାରକୁ ଧାଇଁ ଆସନ୍ତି । ତେବେ ଭାରତରେ ଥିବା ଏହି ଐତିହ ଏବଂ କଳା ସଂସ୍କୃତି ମଧ୍ୟରୁ ମହାରାଷ୍ଟ୍ର ରେ ଥିବା ଅଜନ୍ତା ଗୁମ୍ଫା ହେଉଛି ଅନ୍ୟତମ ।

ଏହି ଅଜନ୍ତା ଗୁମ୍ଫା ଭାରତରେ ଥିବା ପ୍ରାଚୀନ କାଳର ଗୁମ୍ଫାମାନଙ୍କ ଭିତରୁ ଗୋଟିଏ । ଏହା ଦ୍ୱତୀୟ ଶତାବ୍ଦୀର ଗୁମ୍ଫା ଅଟେ ଅର୍ଥତ୍ ଏହା ପ୍ରାୟ ୪୮୦ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା । ଯେଉଁଠାରେ ବୌଦ୍ଧ ଧର୍ମ ସମ୍ବଦ୍ଧିତ ଚିତ୍ର କାଳର ନମୁନା ସହିତ ଅନେକ କଳାକୃତି ଏବଂ ଐତିହ ଦେଖିବାକୁ ମିାଳିଥାଏ । ଏହି ଗୁମ୍ଫା ମହାରାଷ୍ଟ୍ରର ଅଜନ୍ତା ନାମକ ଏକ ଗ୍ରାମରେ ଅବସ୍ତିତ ହୋଇଥିବାରୁ ତାହା ନାମ ଅଜନ୍ତା ଗୁମ୍ଫା ହୋଇଛି । ତେବେ ମହାରଷ୍ଟ୍ରର ଔରାଙ୍ଗାବାଦର ଏକ ଘନ ଜଙ୍ଗଲ ପରିବେଷିତ ଅଶ୍ୱନଳ ଘାଟିରେ ଅବସ୍ଥିତ ଏହି ଗୁମ୍ଫ।। ଯାହାକି ଅଜନ୍ତା ଗ୍ରାମରୁ ମାତ୍ର ୩.୫୦ କିଲୋମିଟର ଦୂରରେ ଅବସ୍ଥିତ ।ଅଜନ୍ତା ଗୁମ୍ଫାକୁ ଯିବା ପୂର୍ବରୁ ଏକ ଘଟି ପଡିଥାଏ ଯେଉଁ ଘାଟିରେ ପାହାଡି ଝରଣାମାନ ପ୍ରବାହିତ ହେଉଛି ଏବଂ ତାର କୁଳୁକୁଳୁ ନାଦ ପର୍ଯ୍ୟଟଙ୍କ ମନକୁ ଅକର୍ଷିତ କରିଥାଏ । ।

ତେବେ ଏହି ଅଜନ୍ତା ଗୁମ୍ଫାର ଖାସ୍ ବିଶେଷତ୍ୟ ହେଉଛି ଯେ ଏହି ଗୁମ୍ଫାରେ ମଧ୍ୟ ଆହୁରି ୨୯ଟି ଗୁମ୍ଫା ରହିଛି ଯାହାକି ପର୍ୟ୍ୟଟକଙ୍କ ମନରେ ଏଠାକୁ ଆସିବାର ଉତ୍ସାହକୁ ଦ୍ୱିଗୁଣିତ କରିଥାଏ । ଏଠାରେ ଯେ କେବଳ ବୌଦ୍ଧ ଧର୍ମର କଳାକୃତି ରହିଛି ତାହା ନୁହେଁ ଏଠାରେ ଆହୁରି ଅନେକ ରାଜଦରବାର ଉପରେ ମଧ୍ୟ ଐତିହାସିକ କଳାକୃତି ପର୍ୟ୍ୟବେସିତ ହୋଇଛି । ଏସବୁକୁ ଛାଡିଦେଲେ ଏହି ଗୁମ୍ଫାରେ ଆହୁରି ମଧ୍ୟ ଫୁଲ ଫଳ ପଶୁ ପକ୍ଷୀଙ୍କର କଳାକୃତି ମଧ୍ୟ ଦେଖିବାକୁ ମିଳିଥାଏ ।

ଏହି ଗୁମ୍ଫାରେ ଥିବା ୨୯ଟି ଗୁମ୍ଫା ମଧ୍ୟରୁ ୧୬ ନମ୍ବର ଗୁମ୍ଫା ଶିଳାଲେଖ ଉପରେ ପର୍ୟ୍ୟବେସିତ ହୋଇଛି । ଏଥି ସହିତ ଏଠାରେ ଏକ ବୁଦ୍ଧ ମନ୍ଦିର ମଧ୍ୟ ଅଛି ଯେଉଁଥିରେ ଖୋଦିତ ହୋଇ ଅଳଙ୍କୃତ ହୋଇଥିବା ବଡ ବଡ କବାଟ ପାହାଚ ଏବଂ ଖୁଣ୍ଟ ମଧ୍ୟ ରହିଛି । ଏହି ଅଜନ୍ତା ଗୁମ୍ଫାର ମୁଖ୍ୟ ଉଦେଶ୍ୟ ହେଉଛି ବୌଦ୍ଧ ଧର୍ମର ପ୍ରସାର ପ୍ରଚାର ଏବଂ ତାଙ୍କ ଜୀବନରେ ଘଟିଥିବା କାହାଣୀକୁ ବର୍ଣ୍ଣିତ କରିବା । ଏହି ଗୁମ୍ଫାରେ ବର୍ଣ୍ଣିତ ବହୁ ପ୍ରାଚୀନ ଶିଳାଲିପି ଏତେ ଆକୃଷ୍ଟ ଯେ ଯାହାକି ପର୍ୟ୍ୟଟକଙ୍କ ମନକୁ ବିସ୍ମିତ କରିଥାଏ । ପଥର ଉପରେ ବର୍ଣ୍ଣିତ ଚିତ୍ର ସତରେ ଆଶ୍ଚର୍ୟ୍ୟ ଜନକ ଅଟେ । ଏହି ମନମୋହକ କଳାକୃତି ଏବଂ ମନୋରମ ଶିଳ୍ପ ଦୂରଦୂରାନ୍ତରୁ ଆସୁଥିବା ପର୍ୟ୍ୟଟକମାନଙ୍କୁ ଅପୂର୍ବ ଆନନ୍ଦ ପ୍ରଦାନ କରିଥାଏ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking