ମୁମ୍ବାଇ : ପ୍ରତିଷ୍ଠିତ ସିନେତାରାକା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ରାୟ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅମିତାଭ ବଚ୍ଚନଙ୍କ ପରିବାରର ୪ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ନେଇ ବିଏମ୍ସି ସହକାରୀ କମିଶନଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ରିପୋର୍ଟରେ ପ୍ରଥମେ ୩ ଜଣଙ୍କର ନେଗେଟିଭ୍ ଆସିଥିଲା । କିନ୍ତୁ ୨ୟ ରିପୋର୍ଟରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା ରିପୋର୍ଟ କରୋନା ପଜିଟିଭ୍ ଆସିଛି । କାଲି ଅମିତାଭ ଓ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଥିଲେ । ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ କରୋନା ରିପାର୍ଟ ନେଗେଟିଭ୍ ଆସିଛି ।
କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କ ମୁମ୍ୱାଇସ୍ଥିତ ବାସଭବନ ‘ଜଲସା’କୁ ବିଶୋଧନ କରିବା ପାଇଁ ପହଞ୍ଚିଛନ୍ତି ମୁମ୍ୱାଇ ମହାନଗର ନିଗମର କର୍ମଚାରୀ। ଗତକାଲି ବିଗ୍ ବି ଏବଂ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କ ସ୍ୱାବ ନମୁନା ପଜିଟିଭ୍ ଆସିବା ପରେ ତାଙ୍କର ଘରକୁ ବିଶୋଧନ କରାଯିବା ନେଇ ସୂଚନା ଆସିଥିଲା । ଆଜି ସକାଳେ ବିଏମସି କର୍ମଚାରୀ ଏଥିପାଇଁ ପ୍ରସ୍ତୁତ ହୋଇ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ଜ୍ଝ ବିଶୋଧନ ସମୟରେ ସମସ୍ତ ସଦସ୍ୟ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ରହିଛି କଡା ନିର୍ଦ୍ଦେଶ । ଏଣୁ ସମସ୍ତ ବିଶୋଧକ ଟିମ୍ କିଟ୍ ସହିତ ପୁରା ସତର୍କତା ଅବଲମ୍ବନ କରିଛନ୍ତି ।