39.1 C
Bhubaneswar
Wednesday, April 24, 2024
Homeଓଡିଶାକୋରେଇ ଓ ବ୍ୟାସନଗର ରେ ଜିଲ୍ଲା ଖଣିଜ ପାଣ୍ଠି ଖର୍ଚ୍ଚ ନ କରିବା ଏକ ରାଜନୈତିକ...

କୋରେଇ ଓ ବ୍ୟାସନଗର ରେ ଜିଲ୍ଲା ଖଣିଜ ପାଣ୍ଠି ଖର୍ଚ୍ଚ ନ କରିବା ଏକ ରାଜନୈତିକ ଷଡଯନ୍ତ୍ର

 
ଯାଜପୁର : ଆଜି  ଜିଲ୍ଲା ଖଣିଜ ପାଣ୍ଠି ର ଉନୟନ ମୂଳକ କାର୍ଯ୍ୟ ବ୍ୟାସନଗର ଓ କୋରେଇ ବ୍ଲକ ରେ ଖର୍ଚ୍ଚ ନକରିବା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ବରିଷ୍ଠ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ଅଭିଯୋଗ କରିଛନ୍ତି !ଜିଲ୍ଲା ପ୍ରଶାସନ ଙ୍କ ନିଷ୍ପତି ଅନୁଯାଇ କେବଳ ଖଣି ଉତ୍ତୋଳନ ଓ ପରିବହନ ଦ୍ୱାରା ପ୍ରଭାବିତ ହେଉଥିବା ଅଞ୍ଚଳରେ ଉନୟନ କାର୍ଯ୍ୟ ଅର୍ଥ ବିନିଯୋଗ ହେବ !ଏଠାରେ ସୂଚନାଯୋଗ୍ୟ କଳିଙ୍ଗନଗର ଉନୟନ ପରିଷଦ ର ଭୌଗୋଳିକ ପରିଧି ରଗଡି ଓ ପାଣିକୋଇଲି ପର୍ଯ୍ୟନ୍ତ ଥିବା ବେଳେ ଏ କଥାକୁ ବିଚାରକୁ ନନେବା ଓ କୋରେଇ ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚିତ ପ୍ରତିନିଧି ମାନେ ଏହି ଭୋଟ ଦାତା ଙ୍କ ଦ୍ୱାରା ନିର୍ବାଚିତ ହୋଇ ପରବର୍ତୀ ସମୟରେ ଓଡିଶା ରାଜନୀତି ରେ 3ଦଶନ୍ଧି ଧରି କ୍ଷମତା ରେ ରହି ପ୍ରଭାବ ବିସ୍ତାର କରିଥିଲେ ମଧ୍ୟ୍ୟ ଏବେ ଏ ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ପରିତାପର ବିଷୟ, ଯାହା ଦ୍ୱାରା ଦୀର୍ଘଦିନ ଧରି ଏହି ଅଞ୍ଚଳବାସୀ ନାନା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି !ଏପରି ସ୍ଥଳେ ଜିଲ୍ଲା ପ୍ରଶାସନ ଜନପ୍ରତିନିଧି ଙ୍କ ପକ୍ଷପାତିତା ନୀତି କୁ ସମର୍ଥନ ନକରି ବ୍ୟାସନଗର ପୌରାଞ୍ଚଳ ଓ କୋରେଇ ବ୍ଲକ ଅଧୀନରେ ଥିବା ସ୍କୁଲ, କଲେଜ,ଓ ପର୍ଯ୍ୟଟନସ୍ଥଳୀ ରେ ଏହି ଜିଲ୍ଲା ଖଣିଜ ପାଣ୍ଠି ରୁ ଉନୟନ ପାଇଁ ଅର୍ଥ ଅନୁମୋଦନ ନକଲେ ଆଗାମୀ ଦିନରେ ଏହାକୁ ନେଇ ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଶ୍ରୀ ମହାନ୍ତି ଜିଲ୍ଲା ପ୍ରଶାସନ କୁ ଚେତାବନୀ ଦେଇଛନ୍ତି !

ବିଚାରଧୀନ କଏଦୀ ଙ୍କୁ କୋରୋନା


 
ଯାଜପୁର :ବିଚାରଧୀନ କଏଦୀ ଙ୍କୁ କୋରୋନା । ଯାଜପୁର ଉପ କାରାଗାର ରେ ଥିବା ଜଣେ ବିଚାରଧୀନ କଏଦୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। କଏଦୀ ଜଣକ ଅଣ ଓଡିଆ ହୋଇଥିବା ବେଳେ ତାଙ୍କୁ ନିଜ ପତ୍ନୀ ଙ୍କୁ ହତ୍ୟା ଅଭିଯୋଗରେ ବିଂଝାରପୁର ପୋଲିସ ଗିରଫ କରିଥିଲା। କୋର୍ଟ ଚାଲାଣ ପୂର୍ବରୁ ତାଙ୍କର ସ୍ୱାବ ସଂଗ୍ରହ ହୋଇଥିବା ବେଳେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହା ଜଣାପଡିବା ପରେ ତାଙ୍କୁ କୋବିଡ଼ କେୟାର କୁ ପଠା ଯାଇଛି। ସବ ଜେଲ କୁ ମଧ୍ୟ ସାନିଟାଇଜ କରାଯାଇଥିବା ଜେଲର ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking