32.1 C
Bhubaneswar
Thursday, May 9, 2024
Homeଓଡିଶା୨୦୨୪ ନିର୍ବାଚନ ପୂର୍ବରୁ କଟକରେ ତିନି ଫାଳ ହୋଇଯାଇଛି କଂଗ୍ରେସ

୨୦୨୪ ନିର୍ବାଚନ ପୂର୍ବରୁ କଟକରେ ତିନି ଫାଳ ହୋଇଯାଇଛି କଂଗ୍ରେସ

କଟକ : ବିଧାୟକ ମହମ୍ମଦ ମୋକିମ, କଟକ ନଗର ସଭାପତି ସୁରେଶ ମହାପାତ୍ର ଓ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କ ସମର୍ଥକଙ୍କ ମଧ୍ୟରେ ବଢୁଛି ତିକ୍ତତା। ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ମୋକିମଙ୍କୁ ନିଲମ୍ବିତ କରିଛି ଏଆଇସିସି। ହେଲେ ଦଳର ଏପରି ନିଷ୍ପତ୍ତି ପରେ କଟକରେ ମୋକିମଙ୍କ ପ୍ରତି ବଢୁଛି ସମର୍ଥନ। ମୋକିମଙ୍କ ଉପରୁ ନିଲମ୍ବନ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ପ୍ରଥମେ ଭୁବନେଶ୍ୱର ଓ ପରେ କଟକରେ ବିଭିନ୍ନ ଢଙ୍ଗରେ ପ୍ରତିବାଦ କରି ନିଜର ଦାବି ଜଣେଇଥିଲେ ହଜାର ହଜାର ସଂଖ୍ୟାରେ ମୋକିମଙ୍କ ସମର୍ଥକ। ଏଥିରେ କଂଗ୍ରେସ ନେତା, ଜିଲ୍ଲା ପଦାଧିକାରୀ ଓ ସିଏମସି କର୍ପୋରେଟର ମଧ୍ୟ ସାମିଲ ଥିଲେ। ସେପଟେ କଟକ ସହରରେ ଥିବା ତିନୋଟି ବିଧାନସଭା ନିର୍ବାଚନୀ ମଣ୍ଡଳୀ କଟକ ବାରବାଟୀ, କଟକ ଚୌଦ୍ଵାର ଓ କଟକ ସଦରରେ ମୋକିମଙ୍କ ସମର୍ଥନରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରାଯାଇ ପ୍ରଦେଶ କଂଗ୍ରେସ କମିଟି ନିକଟରେ ମୋକିମଙ୍କ ଉପରୁ ନିଲମ୍ବନ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରାଯାଇଛି।
ଅନ୍ୟପଟେ ମୋକିମଙ୍କ ପ୍ରତି ସମର୍ଥନ ବଢୁଥିବା ବେଳେ ସେପଟେ ସିଏମସି କଂଗ୍ରେସ କର୍ପୋରେଟରଙ୍କୁ ଦଳରୁ ବିଦା କରିବା ପାଇଁ ଚେତାବନୀ ଦେଇଛନ୍ତି ସୁରେଶ ମହାପାତ୍ର। ଜଣେ ନିଲମ୍ବିତ ବିଧାୟକ କାହିଁକି ହାତ ଚିହ୍ନ ବ୍ୟାନରରେ ସମସ୍ତ ପ୍ରକାରର କାର୍ଯ୍ୟକ୍ରମ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁରେଶ। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସିଏମସିର ସମସ୍ତ କର୍ପୋରେଟର ତଥା ମୋକିମଙ୍କ ସମର୍ଥକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସୁରେଶ। କେବଳ ଏତିକି ନୁହେଁ ନିଲମ୍ବିତ ବିଧାୟକଙ୍କ ଦଳୀୟ ଚିହ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ କର୍ପୋରେଟରଙ୍କୁ ନିଲମ୍ବନ କରିବା ପାଇଁ ଚେତାବନୀ ଦେଇଛନ୍ତି ସୁରେଶ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking