37.1 C
Bhubaneswar
Sunday, April 28, 2024
HomeUncategorizedପୁଣି ସ୍ପେଶାଲ ଟ୍ରେନରେ କନ୍ୟା ସନ୍ତାନ ଜନ୍ମ ଦେଲେ ପ୍ରବାସୀ ଶ୍ରମିକ

ପୁଣି ସ୍ପେଶାଲ ଟ୍ରେନରେ କନ୍ୟା ସନ୍ତାନ ଜନ୍ମ ଦେଲେ ପ୍ରବାସୀ ଶ୍ରମିକ

ସଇଁନ୍ତଳା : ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀ ଶୁକ୍ରବାର ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ତିରୁପତି – ନବାପରା ରୋଡ଼ (୦୭୪୨୧)କୁ ଯାଉଥିବା ସ୍ପେଶାଲ ଟ୍ରେନ ଶୁକ୍ରବାର ସକାଳ ୯.୫୦ମିନିଟ ସମୟରେ ଟିଟଲାଗଡ଼ରେ ଆସି ପହଞ୍ଚିଥିଲା । ଟ୍ରେନ ପହଂଚିବାର ପାଖାପାଖି ୧୦ ମିନିଟ ପରେ ଏହି ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ଟ୍ରେନଟିକୁ ତତକ୍ଷଣାତ ଲାଇନ ନମ୍ବର ୪ ରୁ ୧କୁ ଅଣାଯାଇଥିଲା । ଦାୟିତ୍ୱରେ ଥିବା ରେଳ ବିଭାଗ ଡାକ୍ତର ବା ଏଡିଏମଓ ପହଂଚି ମହିଳାଙ୍କୁ ଚିକିତ୍ସା କରିଥିଲେ । ପରେ ରେଳ କର୍ମଚାରୀଙ୍କ ସହାୟତାରେ ସକାଳ ୧୦ .୩୦ ମିନିଟ ସମୟରେ ବ୍ୟବସ୍ଥା କରାଯାଇ ତାଙ୍କୁ ଟିଟିଲାଗଡ଼ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ମହିଳା ଜଣଙ୍କ ଟିଟିଲାଗଡ଼ ସ୍ଥିତ ଘଣ୍ଟବାହାଳି ଗ୍ରାମର ମୂଳ ବାସିନ୍ଦା ବୋଲି ଜଣାଯାଇଛି । ତାଙ୍କ ନାମ କିରଣ ଛତର ତାଙ୍କ ବୟସ ୨୩ ବର୍ଷ ବୋଲି ମଧ୍ୟ ଜଣାଯାଇଛି । ସେ ଏହି ସ୍ପେଶାଲ ଟ୍ରେନର ବଗି ଏସ-୯ ରେ ଯାତ୍ରା କରୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking