36.7 C
Bhubaneswar
Tuesday, April 16, 2024
Homeଅପରାଧବେଣୀପଲୀ ସଂଗରୋଧ କେନ୍ଦ୍ରରୁ ଫେରାର ଯୁବକଙ୍କ ମୃତଦେହ ଶରନାଳରୁ ଉଦ୍ଧାର

ବେଣୀପଲୀ ସଂଗରୋଧ କେନ୍ଦ୍ରରୁ ଫେରାର ଯୁବକଙ୍କ ମୃତଦେହ ଶରନାଳରୁ ଉଦ୍ଧାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁମୁଣ୍ଡି ଗ୍ରାମର ରମେଶ ରାଉତଙ୍କ ପୁଅ ନାରାୟଣ ଓରଫ ଚକା (୨୬) ସୁରଟରୁ ଗତ ମେ’ମାସ ୨୩ ତାରିଖରେ ଆସି ବେଣୀପଲୀ ହାଇସ୍କୁଲ ସଂଗରୋଧ କେନ୍ଦ୍ରରେ ରହୁଥିଲେ । କିନ୍ତୁ ୨୬ତାରିଖ ରାତ୍ର ୧୨ଟାରୁ ୧ଟା ମଧ୍ୟରେ ଚକା ପାଚେରୀ ଡେଇଁ ଫେରାର୍‍ ହୋଇଯାଇଥିବା ନେଇ ସଂଗରୋଧ କେନ୍ଦ୍ରର ଅନ୍ୟ ପ୍ରବାସୀମାନେ ୨୭ ତାରିଖ ସକାଳେ ବେଣୀପଲୀ ସରପଞ୍ଚ ଜାନକୀ ଦେଇଙ୍କୁ ଅବଗତ କରିଥିଲେ । ଜାନକୀ ଏନେଇ ଗାଙ୍ଗପୁର ଥାନାରେ ଏତଲା ଦେଇଥିଲେ । ବେଣୀପଲୀ ସରପଞ୍ଚ ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ଜରିଆରେ କୁମୁଣ୍ଡି ଗ୍ରାମର ଚକାର ପରିବାରକୁ ଏ ନେଇ ଅବଗତ କରାଇଥିଲେ । ଚକାର ବାପା ରମେଶ ପ୍ରାୟ ନଅ-ଦଶ ବର୍ଷ ହେବ କେଉଁଆଡେ ଫେରାର ହୋଇଯାଇଥିବାରୁ ମାଆ ତଥା କୁମୁଣ୍ଡି ଆଶା ଦିଦି ଝୁନୁଙ୍କୁ ଖବର ଦିଆଯାଇଥିଲା । ଝୁନୁ ପରିବାର ଓ ବନ୍ଧୁବର୍ଗଙ୍କ ସହ ଚକାର କିଛି ସାଙ୍ଗ ଘରକୁ ଯାଇ ସନ୍ଧାନ ନ ପାଇ ନିରାଶ ହୋଇ ଫେରିଥିଲେ । ହେଲ ଶୁକ୍ରମାର ସନ୍ଧ୍ୟାରେ ଗୋବରା ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାପଦର ହାଇସ୍କୁଲ ଠାରୁ ୫୦୦ମିଟର ପଛ ଦେଇ ଯାଇଥିବା ସରନାଳ ବୁଦାମୁଳେ ଏକ ମଣିଷର ହାଡକଙ୍କାଳ, ଖପୁରୀ ପଡିଥିବା ଦେଖି ସ୍ଥାନୀୟ ଲୋକେ ଗାଙ୍ଗପୁର ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ସାଇଣ୍ଟିଫିକ୍‍ ଟିମକୁ ସହ ଘଟଣାସ୍ଥଳକୁ ଡକାଇ ଥିବା ବେଳେ ପୂର୍ବରୁ ଫେରାର ଥିବା ଚକାର ମା’ଝୁନୁଙ୍କୁ ଘଟଣାସ୍ଥଳକୁ ଡକାଇଥିଲେ । କଙ୍କାଳ ନିକଟରେ ପଡିଥିବା ଚିରା ପ୍ୟାଣ୍ଟ ସାର୍ଟ ଓ ଜୋତାକୁ ଦେଖି ଏହା ପୁଅ ଚକାର ବୋଲି ତାଙ୍କ ମା\’ଚିହ୍ନଟ କରିଥିଲେ । ଶବଟି ପ୍ରାୟ ୨୦ ରୁ ୨୨ଦିନ ହେଲା ପଡିଥିବା ବେଳେ ବିଲୁଆ କୁକୁର ତାକୁ ଖାଇଦେଇଛନ୍ତି । କେବଳ ହାଡକଙ୍କାଳ ପଡିଥିବାରୁ ବ୍ରହ୍ମପୁର ବଡମେଡିକାଲ୍‍ ଏଫଏମଟି ବିଭାଗରେ ଡିଏନଏ ପରୀକ୍ଷା କଲେ ଏହା ଚକାର କି ଆଉ କାହାର ଜଣାପଡିବ । ସରନାଳଟି ବେଣୀପଲୀ ସଂଗରୋଧ କେନ୍ଦ୍ରଠାରୁ ମାତ୍ର ଦେଢ଼ କିଲୋମିଟର ହେବ । ନାଳଟି ମଧ୍ୟ ବେଣୀପଲୀ ଦେଇ ଯାଇଥିବାରୁ ଚକା ହୁଏତ ଚାଲି ଚାଲି ଯାଉଥିବା ବେଳେ କୌଣସି ସ୍ୱାସ୍ଥ୍ୟ ଜନିତ କାରଣରୁ ଟଳିପଡିଥିବା ଆଲୋଚନା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking