28.1 C
Bhubaneswar
Thursday, March 28, 2024
Homeଅପରାଧରସିକିଆ ଯୋଗାଣ ସହାୟକଙ୍କ ନାଁ’ରେ ଦୁଷ୍କର୍ମ ଅଭିଯୋଗ; ଏସପିଙ୍କ ଦ୍ୱାରସ୍ଥ ହେଲେ ଆଠମାସର ଗର୍ଭବତୀ ଯୁବତୀ

ରସିକିଆ ଯୋଗାଣ ସହାୟକଙ୍କ ନାଁ’ରେ ଦୁଷ୍କର୍ମ ଅଭିଯୋଗ; ଏସପିଙ୍କ ଦ୍ୱାରସ୍ଥ ହେଲେ ଆଠମାସର ଗର୍ଭବତୀ ଯୁବତୀ

ବଲାଙ୍ଗିର : ବିବାହର ପ୍ରତିଶୃତି ଦେଇ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ । ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ଆଠମାସର ଗର୍ଭବତୀ ଯୁବତୀ । ଏମିତି ଏକ ସମ୍ୱେଦନଶୀଳ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଲକି ଗାଁ’ ରେ ।
ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ମାସରେ ଜଣେ ନାବାଳିକାକୁ ବାହା ହେବାର ପ୍ରତିଶୃତି ଦେଇ ବାରମ୍ୱାର ଦୁଷ୍କର୍ମ କରୁଥିଲେ ଗ୍ରାମ ପଂଚାୟତର ରସିକିଆ ଯୋଗାଣ ସହାୟକ ରୁଷୁ ବେନିଆ । ରୁଷୁ ନିଜେ ବିବାହିତ ହୋଇଥିବା ବେେଳେ ତିନୋଟି ସନ୍ତାନର ବାପା । ଘରେ ସ୍ତ୍ରୀ ପିଲା ଛୁଆ ଥିଲେ ମଧ୍ୟ ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସେଇ ବାରମ୍ୱାର ଦୁର୍ଷର୍ମ କରି ଚାଲିଥିଲେ । ଗତ ନଭେମ୍ୱର ମାସରେ ନାବାଳିକା ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ । ସେଠାରେ ନାବାଳିକା ଜଣକ ଗର୍ଭବତୀ ଥିବା ଜାଣିଥିଲେ ପରିବାର ଲୋକେ । ଲକଡାଉନ ଯୋଗୁଁ ସେଠାରେ ଫସି ରହିଥିବା ପରିବାର, ଗତ ମାସ ପ୍ରଶାସନର ସହାୟତାରେ ଗାଁ’କୁ ଫେରିଥିଲେ । କରୋନା କଟକଣା ଯୋଗୁଁ ଗାଁ’ ସ୍କୁଲର କ୍ୱାରେଣ୍ଟାଇନ୍ ସେଣ୍ଟରରେ ୧୪ ଦିନ ରହିବା ପରେ ୭ ଦିନ ହୋମ କ୍ୱାରେଣ୍ଟାଇନ୍ ରହିଲେ । ଗାଁ’ରେ ବୈଠକ କରି ଦୁଷ୍କର୍ମ କରିଥିବା ଯୋଗାଣ ସହାୟକକୁ ଯୁବତୀ ଜଣକ ବାହା ହେବା ପାଇଁ ଗାଁ’ ଲୋକେ କହିଥିଲେ । କିନ୍ତୁ ରୋକ ଠୋକ ମନାକରିଦେଇଥିଲା ରୁଷୁ ବେନିଆ । ନିରାଶ ହେବା ପରେ ଯୁବତୀ ମୁରିବାହାଲ ଥାନାରେ ଗତ ୧୬ ତାରିଖରେ ଅଭିଯୋଗ କରିବା ପାଇଁ ଯାଇଥିଲେ । କିନ୍ତୁ ସେଠାରେ ପୋଲିସ ଏଫ.ଆଇ.ଆର ମଧ୍ୟ ରଖିଲା ନାହିଁ । ଯାହା ଫଳରେ ପେଟରେ ଆଠ ମାସର ଛୁଆକୁ ଧରି ଗର୍ଭବତୀ ଯୁବତୀ ବଲାଙ୍ଗିର ଏସ.ପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ । ଅତିରିକ୍ତ ଏସ.ପି ଦିଲିପ କୁମାର ପଟେଲ ଅଭିଯୋଗ ପତ୍ର ରଖିବା ସହିତ ତଦନ୍ତ ପରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking