30.1 C
Bhubaneswar
Saturday, May 4, 2024
Homeଖେଳଇଂଲଣ୍ଡ ଗସ୍ତରୁ ବ୍ୟାଟ୍ସମ୍ୟାନ୍ ଟେମ୍ବା ବାଭୁମା ବାଦ୍‌

ଇଂଲଣ୍ଡ ଗସ୍ତରୁ ବ୍ୟାଟ୍ସମ୍ୟାନ୍ ଟେମ୍ବା ବାଭୁମା ବାଦ୍‌

କେପ୍‌ଟାଉନ: ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତରୁ ସାଉଥ୍ ଆଫ୍ରିକାର ମିଡିଲ୍ ଅର୍ଡର୍ ବ୍ୟାଟ୍ସମ୍ୟାନ୍ ଟେମ୍ବା ଭାବୁମା ବାଦ୍ ପଡ଼ିଛନ୍ତି । ବୁଧବାର ଆଧିକାରିକ ଭାବେ ଏହା ସ୍ପଷ୍ଟ ହୋଇଛି । ଗତବର୍ଷ ଟେଷ୍ଟ କ୍ରିକେଟ୍‌ରେ ନିରବଚ୍ଛିନ୍ନ ପ୍ରଦର୍ଶନ କରିଆସିଥିବା ବାଭୁମା ସାଉଥ୍ ଆଫ୍ରିକାର ସୀମିତ ଓଭର୍ କ୍ୟାପ୍‌ଟେନ୍ ଥିଲେ ମଧ୍ୟ ଏହି ଗସ୍ତରେ ସେ ଟି-୨୦ ଏବଂ ଦିନିକିଆ ସିରିଜ୍ ମଧ୍ୟ ଖେଳିବେ ନାହିଁ । ଚୟନକାରୀ ଟେଷ୍ଟ ସ୍କ୍ୱାଡ୍‌ରେ ଦୁଇଜଣ ସ୍ପିନର୍ କେଶବ ମହାରାଜ ଏବଂ ସିମୋନ୍ ହାର୍ମର୍‌ଙ୍କୁ ସ୍ଥାନ ଦେଇଛନ୍ତି । ଏହି ଦୁଇଜଣଙ୍କର ଇଂଲଣ୍ଡରେ ଏସେକ୍ସ ପକ୍ଷରୁ କାଉଣ୍ଟି ଖେଳିବାର ବହୁ ଅଭିଜ୍ଞତା ରହିଛି ।

ଗତବର୍ଷ ସାଉଥ୍ ଆଫ୍ରିକା ଖେଳିଥିବା ୯ଟି ଟେଷ୍ଟ୍ ମ୍ୟାଚ୍ ମଧ୍ୟରୁ ସାତଟିରେ ବିଜୟୀ ହୋଇଛି । ଏହା ମଧ୍ୟରେ ଘରୋଇ ମାଟିରେ ଭାରତ ବିପକ୍ଷ ସିରିଜ୍‌ରେ ଟିମ୍ ୨-୧ରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ୧-୧ରେ ଡ୍ର’ ରହିଥିଲା । ସେହିପରି ଏହି ଗସ୍ତରେ ସାଉଥ୍ ଆଫ୍ରିକା ତିନିଟି ଲେଖାଏଁ ଟି-୨୦ ଏବଂ ଦିନିକିଆ ମ୍ୟାଚ୍ ଖେଳିବାର ଥିବାବେଳେ ସେଥିପାଇଁ ସୀମିତ ଓଭର୍ ଟିମ୍ ମଧ୍ୟ ଘୋଷଣା ହୋଇଛି । ସେହିପରି ଟିମ୍ ଆୟର୍ଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ମଧ୍ୟ ଖେଳିବ । କେଶବ ମହାରାଜ ଏବଂ ଡେଭିଡ୍ ମିଲର୍‌ଙ୍କୁ ଯଥାକ୍ରମେ ଦିନିକିଆ ଏବଂ ଟି-୨୦ ଟିମ୍‌ର ନେତୃତ୍ୱ ପ୍ରଦାନ କରାଯାଇଛି । ସାଉଥ୍ ଆଫ୍ରିକା ଟି-୨୦ ଟିମ୍‌ରେ ୨୧ ବର୍ଷୀୟ ସିମର୍ ଗେରାଲ୍ଡ କୋଏଟ୍‌ଜିଙ୍କୁ ପ୍ରଥମ ଥର ପାଇଁ ସାମିଲ କରାଯାଇଥିବା ବେଳେ ୨୦୧୬ ପରେ ବ୍ୟାଟ୍ସମ୍ୟାନ୍ ରିଲି ରୋସୁଙ୍କର ପ୍ରତ୍ୟାବର୍ତ୍ତନ ଘଟିଛି ।

ଟେଷ୍ଟ ସିରିଜ୍ ଲର୍ଡ୍ସ (ଅଗଷ୍ଟ ୧୭-୨୧, ଓଲ୍ଡ ଟ୍ରାଫୋର୍ଡ (ଅଗଷ୍ଟ ୨୫-୨୯) ଏବଂ ଦି ଓଭାଲ୍ (ସେପ୍ଟେମ୍ବର ୮-୧୨)ରେ ଖେଳାଯିବ । ଏହା ପୂର୍ବରୁ ଜୁଲାଇ ୧୯ ତାରିଖରୁ ପ୍ରଥମ ଦିନିକିଆ ସହ ସୀମିତ ଓଭର୍ ସିରିଜ୍ ଆରମ୍ଭ ହେବ ।

ସାଉଥ୍ ଆଫ୍ରିକା ଟେଷ୍ଟ୍ ସ୍କ୍ୱାଡ୍‌: ଡିନ୍ ଏଲ୍‌ଗାର (କ୍ୟାପ୍‌ଟେନ୍‌), ସାରେଲ୍ ଇର୍‌ୱି, ମାର୍କୋ ଜାନ୍‌ସେନ୍‌, ସିମୋନ୍ ହାର୍ମର୍‌, କେଶବ ମହାରାଜ, ଆଇଦେନ୍ ମାର୍କରାମ୍‌, ଲୁଙ୍ଗି ଏନ୍‌ଗିଡ଼ି, ଆନ୍‌ରିକ୍ ନୋର୍ଜେ, ଡୁଆନ୍ ଅଲିଭର୍‌, କିଗାନ୍ ପିଟରସନ୍‌, କାଗିସୋ ରବାଡା, ର‌୍ୟାନ୍ ରିକେଲ୍‌ଟନ୍‌, ଲୁଥୋ ସିପାମ୍ଲା, ରାସି ଭାନ୍ ଡର୍ ଡୁସେନ୍‌, କାଇଲ୍ ଭେରେନି, ଖାୟା ଜୋଣ୍ଡୋ, ଗ୍ଲେନ୍‌ଟନ୍ ଷ୍ଟର୍‌ମ୍ୟାନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking