40.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନେଶ୍ୱରବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଗିରଫ

ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଗିରଫ

ଭୁବନେଶ୍ୱର : ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ଅଫିସରେ ଅର୍ଥନୈତିକ ଅପରାଧ ଶାଖା । ଠକେଇ ଓ ଜାଲିଆତି ଅଭିଯୋଗରେ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଆଜି ଗିରଫ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚର ଇଓଡ଼ବ୍ଲ୍ୟୁ ।

ଆସନ୍ତା କାଲି ଅର୍ଥନୈତିକ ଅପରାଧ ଶାଖା  ନୋଟିସ୍‌ ଜାରି କରିବା ସହ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ହାଜର ହୋଇନଥିଲେ। ଏହାପରେ ଗତକାଲି ତାଙ୍କ ବାସଭବନ ଉପରେ ଇଓଡ଼ବ୍ଲ୍ୟୁ ଚଢ଼ାଉ କରିଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ଫେରାର ହୋଇଯାଇଥିଲେ । ଏହାପରେ ଅର୍ଥନୈତିକ ଅପରାଧ ଶାଖା  ପକ୍ଷରୁ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ତାଙ୍କ ନମ୍ବରକୁ କଲ୍‌ ଯାଉନଥିବା ଇଓଡ଼ବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ସହ ଯୋଗାଯୋଗ ସମ୍ଭବ ନହେବାରୁ ଗତକାଲି ଅପରାହ୍ନରେ ଅର୍ଥନୈତିକ ଅପରାଧ ଶାଖାର ଏକ ପାଞ୍ଚ ଜଣିଆ ଟିମ୍‌ ବଡ଼ଗଡ଼ ଟଙ୍କପାଣି ରୋଡ୍‌ ସ୍ଥିତ ‘ବଡ଼ ଖବର’ ଅଫିସରେ ଚଢାଉ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking