31.1 C
Bhubaneswar
Tuesday, April 23, 2024
Homeଓଡିଶାରାଜ୍ୟରେ ମାଡ଼ୁଛି କରୋନା : ଆଉ ୧୫୫ ଆକ୍ରୋନ୍ତ ଚିହ୍ନଟ, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ....

ରାଜ୍ୟରେ ମାଡ଼ୁଛି କରୋନା : ଆଉ ୧୫୫ ଆକ୍ରୋନ୍ତ ଚିହ୍ନଟ, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ….

ଭୁବନେଶ୍ୱର : ରାଜ୍ୟରେ କରୋନା ଭାଇରସ୍ ପୁଣି ଥରେ ବଢ଼ିବାରେ ଲାଗିଛି । ରାଜ୍ୟରେ ଆଜି ବି କରୋନା ସଂକ୍ରମଣ ଶହେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୬୪ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୯୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୬ ଆକ୍ରାନ୍ତ ଥିବା ଜଣାପଡିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କଟକରୁ ୧୬, ଷ୍ଟେଟପୁଲରୁ ୧୭, ସୁନ୍ଦରଗଡ଼ରୁ ୧୨, ପୁରୀରୁ ୯, ବାଲେଶ୍ୱରରୁ ୮, ଭଦ୍ରକ ଓ ଜଗତସିଂହପୁରରୁ ୪ ଜଣ ଲେଖାଏଁ, ବରଗଡ଼ ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ନୟାଗଡ଼ ଓ ସୋନପୁରରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ରାୟଗଡ଼ାରୁ ୧ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୭୫୭କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୭୨୯ ଥିବା ବେଳେ ୧୨,୭୯,୮୪୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking